oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ : ବ୍ଳକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତେ ପକ୍କା ଘରେ ରହିବେ ବୋଲି ଭାଷଣ ବାଜିରେ କଥା ସାରି ଦେଇଛନ୍ତି ହେଲେ ହଜାର ହଜାର ଲୋକେ ଏବେ ବି ଭଙ୍ଗା ଘରରେ ଜୀବନ ବିତାଉଛନ୍ତି । ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ନକରି ଧନୀ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନା ତାଲିକାରେ ସାମିଲ କରାଯାଉଛି ବୋଲି ଆଜି ଏଭଳି ଅଭିଯୋଗକୁ ଆଣି ସଇଁତଲା ବ୍ଲକର ସ୍ଥାନୀୟ ପଞ୍ଚାୟତ ବାସୀ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ । ଅନେକ ଦିନ ହେଲା ଆବାସ ଘରଟିଏ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ନିକଟରେ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ଯାହା ଫଳରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି । ତେବେ ଆଜି ସଇଁତଲା ବ୍ଲକ କାର୍ଯ୍ୟାଳୟକୁ ସ୍ଥାନୀୟ ପଞ୍ଚାୟତ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଘେରାଉ କରିଥିଲେ । ଯଦି ଆଗାମୀ ଦିନରେ ପ୍ରଶାସନ କର୍ଣ୍ଣପାତ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶତାଧିକ ମହିଳା ଓ ପୁରୁଷମାନେ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.