ଯମୁନାଙ୍କ ପରିବାରକୁ ଆବାସ ଗୃହ ମିଳିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ମଖନାମୁଣ୍ଡା ଗାଁର ହରିଜନ ପଡ଼ାରେ ରହନ୍ତି ଯମୁନା ଦୁରିଆଙ୍କ ପରିବାର । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ଶାଶୁ ଓ ନିଜ ଦୁଇଝିଅ । ହେଲେ ରହିବା ପାଇଁ ଭଲ ଘରଟିଏ ନାହିଁ । ତାଙ୍କ ଘରେ ଏମିତି ଅବସ୍ଥାରେ ରହୁଛନ୍ତି ଯେ, ଘରକୁ ପଶିଲେ ଖପର ଛାଉଣୀ ମୁଣ୍ଡରେ ବାଜେ । ବର୍ଷା ମାସରେ ଏମିତି ଅବସ୍ଥା ହୁଏ ଯେ, ଘରେ ପଶିଥିବା ପାଣିକୁ ସେମାନଙ୍କୁ କାଢ଼ିବାକୁ ପଡ଼ିଥାଏ । ଏନେଇ ଭଲ ଘରଟିଏ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାଏଁ ଜନ ପ୍ରତିନିଧି ତଥା ପ୍ରଶାସନର ଦୃଷ୍ଟି ପଡିନାହିଁ । ପ୍ରଶାସନ ଆମ ଘରକୁ ଆସି ଦେଖନ୍ତୁ ତାପରେ ଆମେ ପାଇବାର ଯୋଗ୍ୟ ହେଲେ ଘର ଦିଅନ୍ତୁ ବୋଲି କହିଛନ୍ତି । ଏନେଇ ପିଇଓଙ୍କୁ ପଚାରିବାରୁ ଏନେଇ ଆବେଦନ ହୋଇଥିବା ଫର୍ମ ଗୁଡ଼ିକ ଭେରିଫିକେସନ ହୋଇ ସାରିଛି, ଆସିଲେ ଜଣାପଡ଼ିବ ବୋଲି କହିଛନ୍ତି ।

Leave A Reply

Your email address will not be published.