om academy

ଆବାସ ଯୋଜନା ତାଲିକାରୁ ନାଁ କଟିଯିବାରୁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିତାଧିକାରୀ

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗ୍ରାମପଞ୍ଚାୟତ ଅଧିନ ଟିକ୍ରାପଡ଼ା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଏକ ଏକ ଗରିବ ପରିବାରର ନାଁ କଟିଯାଇଥିବା ଅଭିଯୋଗ ହୋଇଛି । ଏବେ ବାସଗୃହ ପାଇଁ ପରିବାର ଲୋକେ ବାରଦୁଆର ହେଉଛନ୍ତି । ଆଜି ସେହି ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଟିକ୍ରାପଡ଼ାର ଲଳିତମୋହନ ମାଝିଙ୍କ ପରିବାର କହିଲେ, ସ୍ତ୍ରୀ ଦୁତିକା ମାଝି, ଝିଅ ଦ୍ରୌପଦୀ ଓ ପୁଅ ଚାରୁଚନ୍ଦ୍ର । ଲଲିତ ଜଣେ ନିହାତି ଗରିବ ସେ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଅଭାବ ଅଘଟନ ଭିତରେ ଏକ ମାଟି କୁଡ଼ିଆରେ ସପରିବାର ରହନ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଲଳିତଙ୍କ ନାଁ ରହିଥିଲା । ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ପୂର୍ବରୁ ପଞ୍ଚାୟତ କର୍ତ୍ତୃପକ୍ଷ ବିନା ସର୍ଭେ କରି ଲଲିତଙ୍କ ପକ୍କା ଘର ରହିଥିବା ଦର୍ଶାଇ ତାଲିକାରୁ ନା ବାଦ ଦେଇଥିଲେ । ଏଭଳି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଲଲିତ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷେ ଗାଁର ଧନି ଶ୍ରେଣୀର ଗୋଟିଏ ପରିବାର ୨ଟି ଲେଖାଏଁ ଆବାସଗୃହ ପାଉଛନ୍ତି । କିନ୍ତୁ ଗାଁର ପ୍ରକୃତ ହିତାଧିକାରୀ ଯେଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲଲିତଙ୍କ ପରିବାର ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସେ ଦୁଇଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପରିବାର ଲୋକେ ଅଭିଯୋଗ କରି ନିରାଶ ହୋଇଛନ୍ତି । ଆଜି ପୁଣି ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୁବାସଚନ୍ଦ୍ର ରଏତଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ଦେଇଛନ୍ତି । ଏଭଳି ଆବାସ ପାଇଁ ପରିବାର ଲୋକେ ବାରଦୁଆର ହେଉଥିଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଗରିବ ଓ ଯୋଗ୍ୟ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ବାସଗୃହ ପାଇଥିବା ଅଯୋଗ୍ୟଙ୍କ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ତେବେ, ଯଥାଶୀଘ୍ର ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏଡିଏମ୍‌ ଶ୍ରୀ ରଏତ ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.