ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ମନ୍ତ୍ରୀ ଟୁକୁନି ସାହୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ କଲେ ମାଲ୍ୟାର୍ପଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ଟିଟିଲାଗଡ଼ ଥାନା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି ଅବସରରେ ବିଜୁ ଜନତା ଦଳର ନଗର ସଭାପତି ରଣଜିତ୍ ପୃଷ୍ଟି, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର, ସଇଁତଳା ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ବିଜେଡି ନେତା ଲାଲା ବର୍ମା, କୁନୁ ସାହୁ, ଦିଲ୍ଲୀପ ବାଗ, ରାଜେଶ ପ୍ରଧାନ, ମୁନୁ ପ୍ରଧାନ, ବିଜୟ ସାହୁ, ଜଗଦୀଶ ମହାଲିଙ୍ଗ, ଶ୍ରୀକାନ୍ତ ବେହେରା, ଶ୍ୟାମା ପ୍ରସାଦ ଗରିଆ, ମହେଶ ମହାନ୍ତି, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗଙ୍କ ସମେତ ବହୁତ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଟିଟିଲାଗଡ଼ ପୋଲିସ ମୁତୟନ ହୋଇ ଆଇନ ଶୃଙ୍ଖଳା, ଟ୍ରାଫିକ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଟିଟିଲାଗଡ଼ରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ ।

Leave A Reply

Your email address will not be published.