oom

ବ୍ଲକ ଶିକ୍ଷାଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମା ଧାଉଡିଆ) : ବ୍ଲକ ଶିକ୍ଷାଧିକାରୀ ମିନକେତନ ସାମନ୍ତରାୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଚଣ୍ଡେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଲାମାନଙ୍କର କମ୍ପ୍ୟୁଟର ଶିକ୍ଷା ପାଇଁ କମ୍ପ୍ୟୁଟର ପ୍ରୟୋଗଶାଳ ଗୃହ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋଲଖ ବିହାରୀ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୋ ସ୍କୁଲ ସଂଯୋଜକ ସନ୍ତୋଷ ଚୌଧୂରୀ, ଏବିଇଓ ଯୁଧିଷ୍ଟିର ପରିଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ ହୃଷିକେଶ ପରିଡା, ସିଆରସିସି ପବିତ୍ର ପଣ୍ଡା, ଶିକ୍ଷକ ମିଟୁକିଶୋର ପ୍ରଧାନ, ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଛାତ୍ର ସମୟରେ ବିଦ୍ୟା ଅର୍ଜନ କରିବା ସହିତ ସହନଶୀଳ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ବିଦ୍ୟାଳୟ ପରିସରରେ ଏକ ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରସ୍ତାବ ଶିକ୍ଷକ ଶ୍ରୀ ପ୍ରଧାନ ଦେଇଥିଲେ । ଶ୍ରୀ ସାମନ୍ତରାୟଙ୍କ ଦୀର୍ଘ ନିରାମୟ ଜୀବନ କାମ କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାଟୋଇ ମୋତିଲାଲ ରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଦିଲ୍ଲିପ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ସମାଜିକ କର୍ମୀ ତଥା ପ୍ରାକ୍ତନ ଛାତ୍ର ଦିଲିପ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଆକ୍ୱାଗାର୍ଡ ଲଗାଇଥିବା ନେଇ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଲକ୍ଷ୍ମୀନାରାୟଣ ଜେନା, ଦୀପକ ଛାଟୋଇ, ଶିକ୍ଷୟତ୍ରୀ ପ୍ରଶାଦିନୀ ପରିଡା, ମମତା ମଞ୍ଜରୀ ପ୍ରଧାନ, ପ୍ରତିମା ପ୍ରଧାନ ପ୍ରମୁଖଙ୍କ ସହିତ ବିଦ୍ୟାଳୟର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.