
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋରସମ୍ବର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୁପ ସାହୁ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ସେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଛନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁ ଛାତ୍ରଛାତ୍ରୀ ଓଡ଼ିଶା ତଥା ଓଡ଼ିଶା ବାହାରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି । ଏହି ଅବସରରେ ଆଜି ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯଇଥିଲା । ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ବିଦ୍ୟାଳୟ ଉନ୍ନୟନ ତଥା ପରିଚାଳନା କମିଟୀ , ଅଭିଭାବକ, ଅଭିଭାବିକା, ପଞ୍ଚସଖା ଶିକ୍ଷାସେତୁ ସଭାପତି, ମା ତାରିଣୀ ସ୍ୱୟପ୍ସସହାୟିକା ଗୋଷ୍ଠୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ସମେତ ସମସ୍ତ ଛାତ୍ରଛତ୍ରୀ ଉପସ୍ଥିତ ଥିଲେ । ସମସ୍ତେ ଶ୍ରୀ ସାହୁଙ୍କ ସହିତ ଅତିବାହିତ କରିଥିବା ସ୍ମୃତିର ରୋମନ୍ଥନର କରି ଏକ ଜ୍ଞାନୀ, ଗୁଣୀ, ଛାତ୍ରବତ୍ସଳ,ପରୋପକାରୀ ଶିକ୍ଷକଙ୍କୁ ବିଦାୟ ଦେଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ପରେ ସମସ୍ତେ ବିଦାୟୀ ଶିକ୍ଷକଙ୍କୁ ତାଙ୍କ ନିଜ ଗାଁ ନଅଗାଁ ନିକଟବର୍ତ୍ତୀ ବାଇଗଣଖାରୀକୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇ ଘରେ ଛାଡ଼ି ଆସିଥିଲେ । ଉକ୍ତ ସଭାକୁ ବରିଷ୍ଠ ଶିକ୍ଷକ ତାରିଣୀସେନ ଭୁଏ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଶିଷ କୁମାର ବିଶି, ଶେଫାଳୀ ପାତ୍ର, ମୋନାଲିସା ମେହେର, ରାମପ୍ରସାଦ ସାବତ, ସୁଶାନ୍ତ ଗଡତିଆ, ରୀନା ଦାସ , ପବିତ୍ର କଲେତ ପ୍ରଭୃତି ସହଯୋଗ କରିଥିଲେ ।