ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଯୋଷୀଙ୍କ ଅବସର ଗ୍ରହଣ ଅବସରରେ ସ୍ଥାନୀୟ ଜନସାଧାରଣ, ବିଭାଗୀୟ କର୍ତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀଯୁକ୍ତ ଯୋଷୀଙ୍କ ଅନୁଷ୍ଠାନ ପ୍ରତି ଆନ୍ତରିକତା ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ନିଖିଳ ଉତ୍କଳ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧିରେନ ପଟ୍ଟନାୟକ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ବୀରେନ ବାଗ, ଉପଦେଷ୍ଟା ଗଣେଶ ପ୍ରସାଦ ବେହେରା, ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଷୀ, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସରୋଜ କୁମାର ପଣ୍ଡା, ସାମ୍ବାଦିକ ଶେଷଦେବ ବେହେରା, ସଂଘ ସଂପାଦକ ଲଳିତ ମୋହନ ନାଏକ, ବିଶ୍ଵନାଥ ପାଢ଼ୀ, ଶୋଭାରାମ ଜାଲ, ବିଦ୍ୟାଳୟ ସଭାପତି ଅମର ନାଏକ, ସିଆର୍‌ସିସି ମାନସ ରଞ୍ଜନ ପଣ୍ଡା, ସୁଶାନ୍ତ କୁମାର ଠାକୁର ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ । ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଅବସର ସମାରୋହ ପରେ ବିଦାୟୀ ଶିକ୍ଷକଙ୍କୁ ଏକ ପଟୁଆରରେ ସମ୍ମାନର ସହିତ ଜୟପାଟଣା ସ୍ଥିତ ବାସଭବନ ପର୍ଯ୍ୟନ୍ତ ଅଣାଯାଇଥିଲା ।

jittmm
Leave A Reply

Your email address will not be published.