ଆଦର୍ଶ ଶିକ୍ଷକ ମଦନ ମୋହନ ରଥଙ୍କ ଅବସର ଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିନଖମନର ହିନ୍ଦି ଶିକ୍ଷକ ମଦନ ମୋହନ ରଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହନ୍ତ ମହାରାଜ ବ୍ରଜ ମୋହନ ଶରଣଦେବ, ଶିକ୍ଷାବିତ୍‌ ଜଗଦାନନ୍ଦ ଛୁରିଆ, ଗେପାଳଜୀ ଚୌଧୁରୀ, ଉମାକାନ୍ତ ନାଏକ, ବସନ୍ତ ବୁଡେକ ମଂଚାସୀନ ଥିଲେ । ସ୍କୁଲର ସଂସ୍କୃତ ଶିକ୍ଷକ ଅନୀଲ କୁମାର ସାହୁଙ୍କ ସଭା ସଂଯୋଜନାରେ ସ୍କୁଲର ଛାତ୍ରଛାତ୍ରୀ ସହକର୍ମୀ, ଲଲାଟ କେଶରୀ ପ୍ରଧାନ, ଗିରିଜା ଶଙ୍କର ରଥ, ଡା. ଅଶୋକ କୁମାର ସେଠୀ, ଜୟରାମ ମିଶ୍ର, ରତ୍ନମୟ ତ୍ରିପାଠୀ, ଅରୁଣ ଖୁଆସ ପ୍ରମୁଖ ଶ୍ରୀ ରଥଙ୍କ ସହ ବିତିଥିବା ସମୟର ସ୍ମୃତିଚାରଣ କଲେ । ସ୍କୁଲର ପ୍ରତିଷ୍ଠାତା ମହନ୍ତ ମହାରାଜ ତାଙ୍କ ବକ୍ତବ୍ୟରେ ଶ୍ରୀ ରଥଙ୍କ ସ୍କୁଲ ପ୍ରତି ଥିବା ଅବଦାନ, ତ୍ୟାଗ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ସ୍ନେହଦାନର ତୁଳନା ନାହିଁ ତଥା ଅବସର ପରେ ମଧ୍ୟ ସେ ସ୍କୁଲକୁ ଆସି ଶିକ୍ଷାଦାନ କରିବା ଆମର ସୌଭାଗ୍ୟ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ରତିକାନ୍ତ ନାଏକଙ୍କ ସଂପାଦନାରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗୁରୁ ଗୌରବ ମଦନ ମୋହନ’ଙ୍କୁ ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ସ୍କୁଲର ସହକର୍ମୀ ସାଧନା ପଣ୍ଡା, ନିଳାଞ୍ଚଳ କୁଅଁର, ହରେରାମ ବାରିକ ପ୍ରମୁଖ ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ରାଜେନ୍ଦ୍ର କୁଅଁର ଏବଂ ସାଥୀଙ୍କ କୀର୍ତ୍ତନ୍ୟ ମଣ୍ଡଳୀ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଭଉଣୀ, ଛାତ୍ରଛାତ୍ରୀ ସଂକୀର୍ତ୍ତନ କରି ନଗର ପରିକ୍ରମାରେ ଭବ୍ୟ ବିଦାୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ରମାକାନ୍ତ, ନୃପ, ସରୋଜ, ଅନନ୍ତ, ପୁରାତନ ଛାତ୍ରଛାତ୍ରୀ, ସିନଖମନ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସ୍କୁଲର ବିଜ୍ଞାନ ଶିକ୍ଷକ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.