ରାଜନୀତିରୁ ଅବସର ନେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜନୀତି ଛାଡିଲେ ପାଣ୍ଡିଆନ । ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭି. କେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଜେଡିର ପରାଜୟ ପାଇଁ କ୍ଷମା ମାଗିଛନ୍ତି । ଏହା ସହ ସେ ଦଳୀୟକର୍ମୀଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର ହେଲା । ୧୨ ବର୍ଷ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ଓଡ଼ିଶାରେ ନିଜ କାର୍ଯ୍ୟ ଓ ଦଳରେ ନିଜ ଅନୁଭୂତି କହିଛନ୍ତି । ମହାପ୍ରଭୁଙ୍କ କୃପାରୁ ଲୋକଙ୍କ ସେବା କରିବାରେ ସଫଳ ହୋଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । କେନ୍ଦ୍ରାପଡ଼ାରେ ପରିବାର ଥିବାରୁ ସେ ଓଡ଼ିଶା ଆସିଲେ । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ କାମ କଲେ । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ତାଙ୍କ ସହ କାମ କରିଥିଲେ । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.