om academy

ଶଗଡ଼ଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ହୋତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଶଗଡ଼ଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ହୋତା ଅବସର ଗ୍ରହଣ କରିଛନ୍ତି । ସେ ପ୍ରଧାନ ଶିକ୍ଷକ ଭାବରେ ସେପ୍ଟେମ୍ବର ୨୦୨୨ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଦୀର୍ଘ ୩୦ ବର୍ଷ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡ଼ରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କଲାପରେ ସେ ପ୍ରୋମୋସନ ପାଇ ଏଠାରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲେ । ସେ ଯୋଗଦାନ ପରେ ତାଙ୍କର ପ୍ରତିଭା ଓ ଜ୍ଞାନ ତଥା ଅଭିଜ୍ଞତାର ଉପଯୋଗ କରି ଏହି ବିଦ୍ୟାଳୟକୁ ଶିକ୍ଷା ତଥା କ୍ରୀଡ଼ା କ୍ଷେତ୍ରରେ ଆଗେଇ ନେବାରେ ତାଙ୍କର ଅବଦାନ ବହୁତ ବୋଲି ଗ୍ରାମବାସୀମାନେ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ମେହେର, ସୁଜାତା ହୋତା, ଲିପ୍ସାମୟୀ ସାହୁ, ବିଦ୍ୟାଳୟର ସଭାପତି ଦ୍ରୋଣ ସାହୁ, ,ଶିକ୍ଷକ ନରେନ୍ଦ୍ର ଭୋଇ, ଧନଞ୍ଜୟ ଭୋଇ, ଦିବ୍ୟ ରଞ୍ଜନ ପଣ୍ଡା, ସଞ୍ଜୟ ପ୍ରଧାନ, ମାୟାଧର ଦଳେଇ, ଏମ୍‌. ବାଲ ଗଙ୍ଗାଧର, ସମାଜସେବୀ ଭୀମ ସାହା, ନୋମିନି ତହସିଲ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ସାହୁ ଏହି ସମ୍ୱର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ହୋତା ନିଜର ଅଭିଭାଷଣରେ କହିଥିଲେ ଯେ ସ୍କୁଲ ସହ ଜଡ଼ିତ ସଭାପତି, ନୋମିନି ତଥା ଏସ୍‌ଏଚ୍‌ଜି ଗ୍ରୁପଙ୍କ ସହାୟତା ତଥା ଗ୍ରାମବାସୀଙ୍କ ସହଯୋଗରେ ହିଁ ସ୍କୁଲର ଉନ୍ନତି ସମ୍ଭବ ହୋଇଛି । ଜଣେ ଏକା କୌଣସି କାମ କରି ପାରିବା ନାହିଁ, ତେଣୁ ସମସ୍ତେ ତାଙ୍କୁ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଯାହା ପରିବର୍ତ୍ତନ ଶିକ୍ଷା କ୍ଷେତ୍ରରେ ହୋଇଛି ତାହାକୁ ବଞ୍ଚାଇ ରଖିବାକୁ ସମସ୍ତ ସହକର୍ମୀଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଆମେ ବେତନ ଛାତ୍ରଛାତ୍ରୀଙ୍କର ସୁରକ୍ଷା ତଥା ଶିକ୍ଷାଦାନ ପାଇଁ ପାଉଁଛୁ । ଏହା କୌଣସି ପୈତୃକ ସଂପତ୍ତି ନୁହେଁ ବୋଲି ଶ୍ରୀ ହୋତା କହିଥିଲେ ।

Leave A Reply

Your email address will not be published.