oom

ଶିକ୍ଷକ ଚନ୍ଦ୍ରମଣି ଭାଟିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଳ ସତ୍ୟବାଦୀ ହାଇସ୍କୁଲରରେ ବ୍ଲକର ପୂର୍ବତନ ବି.ଆର.ସି.ସି. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ଭାଟିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ମୁଖ୍ୟ ବକ୍ତାଭାବେ ବିଳାସପୁର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆର୍ତ୍ତବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାର୍ତ୍ତିକ ପଧାନ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ସାହୁ, ଦେଓଗାଁ ବ୍ଲକ ବିଆରସିସି କବିରାଜ ମାଝି ଓ ଏବିଇଓ ଚୈତନ୍ୟ ଧରୁଆ, ଧଣ୍ଡାମାଲର ପୂର୍ବ ସରପଞ୍ଚ ଧବଳେଶ୍ୱର ବାଗ, କବିଦାସ ମଲ୍ଲିକ, ପ୍ରତାପ ମିଶ୍ର, କୁଳମଣି ମହାକୁର, ବିଦ୍ୟାଳୟର ପୂର୍ବତନ ସଭାପତି ହରିଶ୍ଚନ୍ଦ୍ର ଦାଶ, ଧରଣୀଧର ପାତ୍ର ଯୋଗ ଦେଇଥିଲେ । ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ଅବଦାନ, ଶିକ୍ଷାଦାନ ଶୈଳୀ ତଥା ଛାତ୍ରବତ୍ସଳତା, ପରୋପକାରୀତା ଓ ନିଃସ୍ୱାର୍ଥପରତା ଉପରେ ଆଲୋକପାତ କରିବା ପରେ ଏକ ଭାବବିହ୍ୱଳ ମୁହୂର୍ତ୍ତରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.