- ତୁରେକେଲା ବ୍ଲକରେ ଆବାସ ଯୋଜନା ପାଇଁ ଚାଲିଛି ଲାଞ୍ଚ କାର୍ବାର
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ପଂଚୟତରେ ଲାଞ୍ଚ କାର୍ବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଂଚ ନଦେଲେ ଫାଇଲ ଓଲଟ ପାଲଟ । ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର । ଧନୀ ଶ୍ରେଣୀର ଲୋକ ମାନଙ୍କ ପାଇଁ ସରକାରୀ ଯୋଜନା । ଗରିବଙ୍କ ପାଇଁ ବିକାଶ ଅନେକ ଦୂରରେ ରହିଛି । ଏଭଳି ଏକ ଅଭିଯୋଗ ଆସିଛି ତୁରେକେଲା ବ୍ଲକ ଘୁନେସ ପଂଚାୟତ ଅନ୍ତର୍ଗତ ଚଣ୍ଡୀପଡା ସାହିରୁ । ଗାଁରେ ରହୁଥିବା ଦିବ୍ୟାଙ୍ଗ ଗୋଲାପ ବାଗକୁ ଘର କରିଦେବି ବୋଲି ବ୍ୟାପକ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୨୦୨୨ ମସିହାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଗୋଲାପ ବାଗଙ୍କ ନାଁ ଥିଲା । ହେଲେ ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନା ମିଳିପାରିନାହିଁ । ଏନେଇ ଗୋଲାପ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଗୁହାରି କରିଥିଲେ, ହେଲେ କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ ଗୋଲାପ ଘୁନେସ ପଂଚାୟତ ଜିଓ ଟେକକୁ କିଛି ଟଙ୍କା ମଧ୍ୟ ସେ ଅଭିଯୋଗ ସହ ତାଙ୍କ ଆକାଉଣ୍ଟରୁ ଦେଇଥିବା ସ୍ପଷ୍ଟ କରିଛନ୍ତି । ଘର ପାଇବା ଆଶାରେ ଫୋନ ପେ ମାଧ୍ୟମରେ ପ୍ରାୟ ୩ ଥର କରି ୪୩୦୦ ଟଙ୍କା ଦେଇ ଥିବାର ମଧ୍ୟ ସେ ପ୍ରମାଣ ରଖିଛନ୍ତି । ତେବେ ବାରମ୍ବାର ଆହୁରି ଜିଓ ଟେକ ଟଙ୍କା ଲାଞ୍ଚ ମାଗିବାର ଫୋନ କଲ ରେକର୍ଡ ମଧ୍ୟ ରହିଛି । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଓ ଟେକ ମିଶି ଆବାସ ଯୋଜନା ବିଲ ବିଲ୍ କରି ଦେବା ଓ ମଞ୍ଜଚର କରିବାରେ ଲାଞ୍ଚ ମଗୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଜିଓ ଟେକ ମୁରଲୀ ସଗରିଆ ବର୍ଲ୍ଲା ଗାଁର ଜଣକ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା, କିନ୍ତୁ ବ୍ଲକ ପ୍ରଶାସନ ବିଡ଼ିଓ ସଠିକ ତଦନ୍ତ ନକରି ଘଟଣାକୁ ଚାପି ଦେଇଥିବା ସେହି ଗାଁର ଗରିବ ପରିବାର ଅଭିଯୋଗ କରିଥିଲେ । ପଂଚୟତରେ ଗରିବ ହିତାଅଧିକାରୀଙ୍କ ଠାରୁ ବାରମ୍ବାର ବିଲ କରାଇ ଦେବି, ଘର କରିଦେବି, ଘର ବିଲ ବକେୟା କରି ଦେବି ବୋଲି ଜିଓ ଟେକ ଟଙ୍କା ମାଗୁଥିବା ଚର୍ଚ୍ଚାର ବିଷୟ ଜାଣିଶୁଣି ପ୍ରଶାସନ ହାତ ବାନ୍ଧି ରହିଛି । ତେବେ ଏନେଇ ତୁରେକେଲା ବିଡ଼ିଓ ପୂର୍ଣାନନ୍ଦ ପଟେଲଙ୍କୁ ପଚାରି ବାରୁ ଯଦି ଘଟଣା ସତ ତାହେଲେ ସମ୍ପୃକ୍ତ ଜିଓ ଟେକଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।