ବିନିକା : ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ କିଛି ଲୋକ ଟାୟାର ଜାଳି ପାଣି ପାଇଁ ରାସ୍ତାରୋକ କରିଛନ୍ତିି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ଅଟକି ରହିଛି । ଖବର ଅନୁଯାୟୀ, ପାଣି ସମସ୍ୟା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅସନ୍ତୋଷ ଥିବା ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାମରେ ଘରକୁ ପାଣି ସଂଯୋଗ କରୁଥିବା ଠିକାଦାର ମନମୁଖୀ କାମ କରୁଥିବା ଆସିଛି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ଶୁଣିଲେନି କେହି, ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡିମୋଟର ଅଟକି ରହିଛି ।
Prev Post