ଚାଷୀମାନଙ୍କ ଦ୍ୱାରା ୨୬ ନମ୍ବର ରାଜପଥ ଅବରୋଧ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ବଡଟିକା, ନଅଗାଁ(ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା, ନୁନିଆପାଲି ଆଦି ପଞ୍ଚାୟତର ଚାଷୀମାନଙ୍କ ଦ୍ୱାରା ମାନସ ବିହାର ରୁଗୁଡିଖାଲ ଛକଠାରେ ୨୬ ନମ୍ବର ରାଜପଥ ଅବରୋଧ କରାଯାଇଥିଲା । ୨୦୨୧-୨୨ବର୍ଷରେ ଅଞ୍ଚଳର ଚାଷୀ ଭୟାଭୟ ମରୁଡିର ସମ୍ମୁଖିନ ହୋଇଥିଲେ । ପ୍ରଧାନମନ୍ତ୍ରୀ ଫସଲବୀମାରେ ବୀମାଭୁକ୍ତ ହୋଇଥିଲେ ସୁଦ୍ଧା ବୀମା କମ୍ପାନୀ ବୀମା ରାଶି ନଦେବାରୁ ଏ ସମ୍ବନ୍ଧରେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ନ ମିଳିବାରୁ ଚାଷୀମାନେ ବୀମା ରାଶି ପ୍ରଦାନ କରିବା ଦାବୀରେ ୨୬ ନଂ ରାଜପଥକୁ ସକାଳ ୮ ଘଣ୍ଟାରୁ ଦୀର୍ଘ ସମୟ ଧରି ରାଜରାସ୍ତା ଅବରୋଧ କରି ରଖିଥିଲେ । ପ୍ରକାଶ ଯେ, ୨୬/୭/୨୨ ତାରିଖ ରାଜପଥ ଅବରୋଧ କରିବା ପୂର୍ବରୁ ଗତ ୧୬ ତାରିଖ ସୁଦ୍ଧା ବୀମା କମ୍ପାନୀ ବୀମା ରାଶି ନଦେଲେ ୨୬ ତାରିଖ ଦିନ ୨୬ନଂ ରାଜପଥକୁ ଅବରୋଧ କରିବୁ ବୋଲି ବଲାଙ୍ଗିର ଜିଲ୍ଲପାଳ ଓ ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ବାରମ୍ବାର ଅଭିଯୋଗ କରି ସୁଦ୍ଧା କିଛି ସୁଫଳ ନମିଳିବାରୁ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଛୁ ବୋଲି ପ୍ରକାଶ କରିଥିଲେ । ଦୀର୍ଘ ସମୟଧରି ରାଜପଥ ଅବରୋଧ ହେବାରୁ ଦୁଇ ପଟରେ ଅନେକ ଯାନବାହାନ ଅଟକି ରହିଯାଇଥିଲା । ଲୋକେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେବାର ଦେଖାଯାଇଥିଲା । ଆଗଲପୁର ତହସିଲଦାର ମଧ୍ୟ ଅନେକ ସମୟ ଧରି ରୁଗୁଡିଖାଲ ଛକଠାରେ ବସି ରହିବା ଦେଖିବାକୁ ମିଳିଥିଲା । ଦିବା ୨ଘଣ୍ଟା ସମୟରେ ବଲାଙ୍ଗିରରୁ ଜଣେ କୃଷି ଅଧିକାରୀ ଆସି ଚାଷୀମାନଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ବୀମା ରାଶି ମିଳିବ ବୋଲି ଲିଖିତ ପ୍ରତିାୃତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିଲେ ।

Leave A Reply

Your email address will not be published.