ନୂତନ ଅବକାରୀ କାର୍ଯ୍ୟାଳୟ ଓ ଥାନା ଉଦଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସିକା ଠାରେ ନୂତନ ଭାବେ ଅବକାରୀ ବିଭାଗର ନିରିକ୍ଷକଙ୍କ କାର୍ଯ୍ୟାଳୟ ଓ ଅବକାରୀ ଥାନା କୋଠାଘର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବ ପାଳନରେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜୋନ ବିଜୁ ଯୁବଜନତା ଦଳର ସଭାପତି ନଚିକେତା ସ୍ବାଇଁଙ୍କ ଉପସ୍ଥିତରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ଉଦଘାଟନ କରିଥିଲେ । ବହୁ ଦିନରୁ ଦାବି ହୋଇଆସୁଥିବା ବେଳେ ଅବକାରୀ ବିଭାଗର ଥାନାର ସ୍ଥାୟୀ ନୂତନ କୋଠାଘର ଉଦଘାଟନରେ ବିଜୁଜନତା ଦଳର ବରିଷ୍ଠ ନେତା ଓ କର୍ମୀମାନେ ଖୁସି ପ୍ରକଟ କରିଛନ୍ତି ।

Leave A Reply

Your email address will not be published.