jayashree

ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଏହି ମହାମାରୀ କରୋନା ବେଳାରେ ଲକଡାଉନର ସୁଯୋଗ ନେଇ ମଦ ବେପାରୀମାନେ ଖୁଲମଖୁଲ୍ଲା ଦେଶୀ ମଦ ବିକ୍ରୀ କରୁଛନ୍ତି । ତେବେ ଅବକାରୀ ବିଭାଗ ସହିତ ଏନଫୋରସମେଣ୍ଟ ଏଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ ଭାବେ ସଦର ଅତିରିକ୍ତ ତହସିଲଦାର ସାମିଲ ହୋଇ ବିଭିନ୍ନ ଯାଗାରେ ଚଢାଉ କରାଯାଇଥିଲା । ଜିଲ୍ଲାର ଉପାନ୍ତ ଅଂଚଳ ସଦର ବ୍ଲକର ବଲାଡି ଗାଁରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ସହିତ ତିନିଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ ଜିଲ୍ଲା ପୋଲିସ ବିଭାଗର ଏପିଆର କର୍ମଚାରୀମାନେ ବି ସାମିଲ ହୋଇ ବେପାରୀମାନଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ବଲାଡି ଗାଁର ଜଣେ ମହିଳାଙ୍କ ପାଖରୁ ୧୨୦ ଲିଟର ଦେଶୀ ମଦ ପାଉଚ, ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ ପାଖରୁ ୧୫ ଲିଟର ଓ ପୂର୍ଣ୍ମ ମହାନନ୍ଦଙ୍କ ପାଖରୁ ୩୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ମଦ ବେପାରୀମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବ ଅବକାରୀ ଇନସପେକ୍ଟର ରାଧାକାନ୍ତ ଭୋଇ ସୂୂଚନା ଦେଇଛନ୍ତି ।

Leave A Reply

Your email address will not be published.