jayashree

ଅବକାରୀ ବିଭାଗ ଦ୍ୱାରା ୩୪ ଲିଟର ଦେଶୀ ରନ୍ଧା ମଦ ଜବତ : ୨ଜଣ କୋର୍ଟ ଚାଲାଣ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ କମେଇମୁଣ୍ଡା ଓ ମାନ୍ଦଲା ଗ୍ରାମରୁ ପୃଥକ ପୃଥକ ଦୁଇ ଜଣଠାରୁ ୩୪ ଲିଟର ଦେଶୀ ମଦ ବୁଧବାର ଦିନ ଜବତ କରାଯାଇଛି । ଦୁଇ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ଦିନ ଅବକାରୀ ବିଭାଗ ଦ୍ୱାରା ଉପାନ୍ତ ମାଓପ୍ରବଣ କମେଇମୁଣ୍ଡା ପଂଚାୟତର କମେଇମୁଣ୍ଡା ଗ୍ରାମର ତ୍ରିନାଥ ଭୋଇ (୪୭)ଠାରୁ ୨୨ ଲିଟର ଓ ମାନ୍ଦଲା ଗ୍ରାମର କ୍ଷମାଧର ମାଝୀ (୪୮)ଠାରୁ ୧୨ ଲିଟର ଦେଶି ରନ୍ଧା ମହୁଳ ମଦ ଜବତ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଜାମିନ ନାମଂଜୁର ହେବାରୁ ଦୁଇ ଜଣକୁ କଂଟାବାଞ୍ଜି ଉପକାରାଗାରକୁ ପଠାଯାଇଥିବା କଂଟାବାଞ୍ଜି ଅବକାରୀ ଥାନା ଅଧିକାରୀ ପ୍ରବିଣ କୁମାର ସାହୁଙ୍କ ଠାରୁ ପ୍ରକାଶ । ଏହି ଚଢଉରେ ଏ.ଏସ.ଆଇ. ଆର୍ତତ୍ରାଣ ବୋହିଦାର, କେଷ୍ଟେବଲ ଦେବାଚନ ଭୁଏ, ଆଶିଷ ପଟେଲ, ମମତା ବେହେରା ଓ ରଞ୍ଜନ ମିଶ୍ର ସାମିଲ ଥିଲେ । ପୂଜା ପାର୍ବଣ ସମୟରେ ଗାଁ ଗାଁରେ ବେଆଇନ ଭାବେ ମଦ ବିକ୍ରି ଚାଲୁଥିବାରୁ ଅବକାରୀ ବିଭାଗ ପେଟ୍ରୋଲିଂଗ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରିଥିଲେ ।

Leave A Reply

Your email address will not be published.