oom

ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଜବତ କଲା ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରାୟ ପ୍ରତିଦିନ ଧରା ପଡ଼ୁଛନ୍ତି ଗଞ୍ଜେଇ ଚାଲାଣକାରୀ । ସେଇ କ୍ରମରେ ଆଜି ବହିରାରୁ ଚାରିଛକକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ବ୍ରିଜ ଛକଠାରେ ଛକି ବସିଥିଲା । ଓଆର୍‌-୩୧ ୫୪୧୦ ନମ୍ବର ଲେଖାଥିବା ଉକ୍ତ ଗଞ୍ଜେଇ ଚାଲାଣ ହେଉଥିବା ସୁଜୁକି ସ୍ୱିପ୍ଟ ଡିଜାୟାର କାରଟି ପହଞ୍ଚିବା ମାତ୍ରେ ଅବକାରୀ ବିଭାଗ କାରଟିକୁ ଅଟକାଇ ୩୦ କିଲୋ ଗଞ୍ଜେଇ ସହିତ ଦୁଇ ଗଞ୍ଜେଇ ଚାଲାଣକାରୀ ଗୁନ୍ଦୁଲିଆର କପିଲ୍ ସିଂ ଓ ଏର୍ଡା ଗ୍ରାମର ଶ୍ରୀକୃଷ୍ଣ ବେହେରାଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା ଓ ବିଚାରପତି ଦୁଇ ଚାଲାଣକାରୀଙ୍କୁ କୋର୍ଟ୍ ଜେଲ୍ କଷ୍ଟଡ଼ିକୁ ପଠାଇ ଦେଇଥିବା ଜଣାପଡିଛି । ଏହି ଚଢାଉ ବେଳେ ବୌଦ୍ଧ ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରମୋଦ କୁମାର ବାଣୁଆ, ସବ୍ ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନ, ଏଏସ୍‌ଆଇ ରେନୁପ୍ରୀୟା ଭୋଇ, ଏଏସ୍‌ଆଇ ପ୍ରିୟଜନ କଅଁର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନଙ୍କ ସହିତ କନଷ୍ଟେବଳ ଅଞ୍ଜଳି ଅମାତ, ସତ୍ୟାନନ୍ଦନ ମୁଖୀ, ପ୍ରଫୁଲ୍ଲ ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.