ସ୍ନାତକ ପ୍ରଥମ ବର୍ଷ ସ୍ୱାଗତ ସମାରୋହ ଆବାହନ ୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ସକାଳ ୧୦ଟାରେ ହିନ୍ଦୀ ବିଭାଗ ତରଫରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରୀମାନଙ୍କର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ସଭାପତତ୍ୱ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା (ହିନ୍ଦୀ ବିଭାଗୀୟ ମୁଖ୍ୟ) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ହିନ୍ଦୀ ଅଧ୍ୟାପକ ପ୍ରଭଞ୍ଜନ କୁମାର ମିଶ୍ର, ଅଧ୍ୟାପିକା ଉର୍ମିଳା ମଟାରୀ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ସାହିନ ବେଗମ, ଆଶା ସାହୁ, ଜାହ୍ନବୀ ପଟେଲ, ସସ୍ମିତା ନିଆଲ । ମଞ୍ଚ ପରିଚାଳନା କରିଥିଲେ ସାହିନ ଓ ସ୍ଥିତି । ଶେଷରେ ଅଧ୍ୟାପିକା ଉର୍ମିଳା ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.