oom

ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଆଲୋଚନା ଚକ୍ର

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ କେ.ଭି. କଲେଜରେ କାର୍ଯ୍ୟରତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଏକ ଆଲୋଚନା ଚକ୍ର ମଙ୍ଗଲବାର ଦିନ ସ୍ଥାନୀୟ ବନମାଳି ପ୍ୟାଲେସର ସଭା ବଙ୍କୁଏତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଶ୍ରୀ ଯୋଷୀ ସାହିତ୍ୟ ଜଗତରେ ତାଙ୍କ ବିଭିନ୍ନ ଲେଖା ଏବଂ ଗଭେଷଣା ଉପରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏପରିକି ଶ୍ରୀ ଯୋଷୀ କେ.ଭି. କଲେଜରେ ଶିକ୍ଷାଦାନ ସମୟରେ ମଧ୍ୟ ବିଭିନ୍ନ ଗଭେଷଣା କରି ସୁନାମ ଅର୍ଜନ କରିପାରିଛନ୍ତି । ଏହି ଅବସରରେ ଆୟୋଜିତ ଦିନିକିଆ ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଯୁକ୍ତ ୨ ଭାରାପ୍ରାପ୍ତ ଅଧ୍ୟକ୍ଷ ଅଧ୍ୟାପକ ରାଜେଶ କୁମାର ମହାନ୍ତି, ଓଡିଶା ସାହିତ୍ୟ ଏକାଡେମିର ପୂର୍ବତନ ସଦସ୍ୟ କବି ଓ ଗଭେଷକ ନିଲ ଲୋହିତ ସିଂଦେଓ, କବି ଏବଂ ଗଭେଷକ ପ୍ରାଧ୍ୟାପକ ସାମୁଏଲ ଦାନୀ(ବୋଡେନ), ଲେଖକ ଏବଂ ଆଟିଷ୍ଟ ପ୍ରାଧ୍ୟାପକ ସୁଶାନ୍ତ କୁମାର ପାଢି(ଖରିଆର), ଡ. ସୁଶାନ୍ତ କୁମାର ବିଶି (ଓଡିଶା ସାହିତ୍ୟ ଏକାଡେମି ପୂର୍ବତନ ସଭ୍ୟ), କବି ଏବଂ ଲେଖକ ଗୌରାଙ୍ଗ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରାଧ୍ୟାପକ ଶ୍ରୀ ଯୋଷୀଙ୍କ ଓଡିଶା ସାହିତ୍ୟ ଜଗତରେ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କେ. ଭି. କଲେଜର ଅଧ୍ୟାପିକା, ଅଧ୍ୟାପକ ତଥା ଅଧ୍ୟୟନରତ ଛାତ୍ରୀଛାତ୍ର ସାମିଲ ଥିଲେ ।

jittmm
Leave A Reply

Your email address will not be published.