ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଆନନ୍ଦନଗର ନିବାସୀ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ପି.ଏ. ଅନୁଶରଣ ଛତ୍ରିଆ(୭୨) ଆଉ ନାହାନ୍ତି । ଗତକାଲି ମଧ୍ୟାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ପ୍ରାୟ ୧ ମାସ ଆଗରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ହାର୍ଟ ଅପରେସନ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ତାଙ୍କ ଦେହାନ୍ତ ହୋଇଛି । ସେ ଜଣେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶିଷ୍ଠ ବ୍ୟକ୍ତି ହୋଇଥିବା ବେଳେ ସାମାଜିକ କାମରେ ତାଙ୍କ ବିଶେଷ ଯୋଗଦାନ ରହି ଆସିଥିଲା । ବଲାଙ୍ଗିର ସହରର ନୂତନ ଚର୍ଚ୍ଚ ନିର୍ମାଣରେ ତାଙ୍କ ଯୋଗଦାନ ଅତୁଳନୀୟ । ଆଜି ପୂର୍ବାହ୍ନରେ ଖ୍ରୀଷ୍ଟିୟାନ ରୀତିନୀତି ଆଧାରରେ ତାଙ୍କ ମର ଶରୀରର ଅନ୍ତିମ ସତ୍କାର କରାଯିବ ବୋଲି ଖବର ମିଳିଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ଜିଲ୍ଲାର ଖ୍ରୀଷ୍ଟିୟାନ ସମ୍ପ୍ରଦାୟରେ ତଥା ସର୍ବସାଧାରଣରେ ଶୋକର ଛାୟା ଖେଳିଯାଇଛି ।
Prev Post
Next Post