ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରା ଆଉ ନାହାନ୍ତି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରାଙ୍କୁ ଗତକାଲି ରାତିରେ କଟକକୁ ଉନ୍ନତ ଚିକିତ୍ସା ଲାଗି ନେବା ବାଟରେ ରାତି ୨ଟାରେ ତାଙ୍କ ପରଲୋକ ହୋଇଯାଇଛି । ସେ ଅନେକ କ୍ୟାସେଟ ଗୀତରେ ସଂଗୀତ ପ୍ରଦାନ କରିଥିଲେ । ରସିଆ ନଂ ୧, ବାବୁର୍ ମା’, ମହୁରସ୍, ରୁମକୁଝୁମା, ସୁପରହିଟ କମେଡି କେସେଟ.. ଅଲ ଓଡିଶା ରଙ୍ଗ ବୈଠକି, ମୁଇଁତ ଫସିଗଲି ଇତ୍ୟାଦି । ଉମା, ଶାନ୍ତନୁ, ଶତ୍ରୁଘନ ଲୁହା ଲେଖେ ଲୋକପ୍ରିୟ କଳାକାର ଶ୍ରୀରାମଙ୍କ ସଂଗୀତ ନିର୍ଦ୍ଦେଶନାରେ ନିଜର ସଂଗୀତ ଜୀବନ ଆରମ୍ଭ କରିଥିଲେ । ଶ୍ରୀରାମ ଲୁହାର ଅନେକ ସୁପର ହିଟ ଗୀତରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ଵ ନିର୍ବାହ କରିଥିଲେ । …ଛିରେ ପୁଡ଼ୁରେ ଆମର କରମ, ହାଏରେ ଫୁଲକି ଗାଳି, ତୋର ପୀରତିର ଚେହେରା ଦେଇ, ଆମର ପରା କେ, ହାଏରେ ଦିଲ, ଫୁଲ ତ ଫୁଲରେ, ଝରନ ପାନୀ, ଶିକାର ତୁନେ ଆମର୍ ରହିଛେ ମନ, କେତେ ଲୁକାବ ଲୁକାବ ଭଳି ଅନେକ ସମ୍ବଲପୁରୀ ଗୀତରେ ସ୍ୱର ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀରାମ ଲୁହୁରାଙ୍କ ମୃତ୍ୟୁ ସମ୍ବଲପୁରୀ ସଂଗୀତ ଜଗତ ଲାଗି ବହୁତ କ୍ଷତି ଅଟେ । ଆଗାମୀ ଦିନରେ ସମ୍ବଲପୁରୀ ସଂଗୀତ ତାଙ୍କଠାରୁ ବହୁତ ଆଶା କରୁଥିଲା । ମା’ ସମଲେଇ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରୁନ୍ତୁ । ଏହି ସମୟରେ ତାଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଆଉ ଶାନ୍ତି ପ୍ରଦାନ କରୁନ୍ତୁ । ତାଙ୍କ ବିୟୋଗରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.