ଆତ୍ମହତ୍ୟା କଲେ ଯୁବକ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତି ନଗରରେ ସିଭିକେ ମାରୁତି ରାଓ(୪୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟାରେ ଶ୍ରୀ ରାଓ ନିଜ ଘରେ ଇଲେକ୍ଟ୍ରି ତାର ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ବଡ଼ଭାଇ ସିଭି ଜାଗା ରାଓ ଏହା ଦେଖି ତୁରନ୍ତ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.