oom

ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ

jsmm

ସମ୍ବଲପୁର, (କରୁଣାକର ଶତପଥୀ) : ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ(୭୪) । ମଙ୍ଗଳବାର ଦିନ ରାତି ୧ଟା ସମୟରେ ଭୁବନେଶ୍ୱରର କିମ୍‌ସ୍‌ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଜଣେ ପରୋପକାରୀ, ଲୋକପ୍ରିୟ ତଥା ଗରିବଙ୍କୁ ସହଯୋଗ କରୁଥିବା ଡାକ୍ତରଙ୍କୁ ହରାଇଥିବା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପତ୍ନୀ ସୁଷମା, ଏକମାତ୍ର ପୁଅ ଡା. ଦେବାଶିଷ, ବୋହୂ ଡା.ପଲାସ ଦାଶ, ଝିଅ ଡା.ମାଧୁରୀ, ଜ୍ୱାଇଁ ଡା.ସନ୍ତୋଷ ପଣ୍ଡା ଏବଂ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ଗୁରୁବାର ସକାଳେ ତାଙ୍କ ମୃତ ଦେହ ସମ୍ବଲପୁରକୁ ପହଂଚିବା ପରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ କୁଂଜେଲପଡ଼ା ବାସଭବନରେ ଅସଂଖ୍ୟ ଲୋକ ଜମି ଥିବାର ଦେଖିବାକୁ ମିଳିଥିଲା । ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ନିଆଯାଇ ରାଜଘାଟରେ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.