oom

ବରଗଡ଼ରେ ଆପ୍ କାର୍ଯ୍ୟାଳୟ ଉଦଘାଟିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ଓ ପଂଚାୟତ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ଦେଖା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଏଥିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ରହିଛି । ଶନିବାର ଆପ୍ ନିଜର ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିବା ସହ ବରଗଡ଼ର ଜନ ସାଧାରଣଙ୍କ ସୁଖ ଦୁଃଖର ସାଥି ଭାବେ ଆପ୍ କାର୍ଯ୍ୟ କରିବ ବୋଲି କହିଛି । ସ୍ଥାନୀୟ କଲେଜ ରୋଡ଼ ଆର୍‌ସିଏମ୍‌ଏସ୍‌ ପାଖରେ ଏହି ଅଫିସ ରହିଛି । ଦିଲ୍ଲୀରେ ଯେପରି ସମସ୍ତଙ୍କୁ ଚବିଶ ଘଣ୍ଟା ବିଜୁଳି ଓ ୨୦୦ ୟୁନିଟ ଫ୍ରି ମିଳୁଛି, ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା ମିଳୁଛି ସେହିପରି ଓଡିଶାରେ ବି ମିଳିପାରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । କେବଳ ରାଜନୀତିକୁ ପରିବର୍ତ୍ତନ କରି ଆମ୍ ଆଦମୀ ପାର୍ଟିର ଭ୍ରଷ୍ଟାଚାର ମୁକ୍ତ ଶାସନକୁ ସମର୍ଥନ କଲେ ତାହା ସମ୍ଭବ ବୋଲି ଶ୍ରୀ ସାହୁ କହିଛନ୍ତି । ବରଗଡ଼ ପୌର ପରିଷଦରେ ରହିଥିବା ଅବ୍ୟବସ୍ଥା ଯଥା ଡ୍ରେନେଜ, ରାସ୍ତା, ପରିମଳ, ଦୁର୍ନୀତି, ଅତ୍ୟଧିକ ଟ୍ୟାକ୍ସ ଭଳି ପ୍ରସଙ୍ଗକୁ ଆପ୍ ସାମ୍ନାକୁ ଆଣିବ ଓ ଦିଲ୍ଲୀ ମଡେଲରେ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବସ ସେବା ଭଲି କାର୍ଯ୍ୟ କରି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆଗାମୀ ଦିନରେ ଏହାର ପ୍ରଭାବ ବରଗଡ଼ରେ ଦେଖିବାକୁ ମିଳିବ ବୋଲି ଶ୍ରୀ ସାହୁ କହିଛନ୍ତି । କାର୍ଯ୍ୟାଳୟ ଉଦଘାଟନରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଯୁବ ନେତା ପୋଲୁସ୍ଥ୍ୟ ସାହା, ଆଦିବାସୀ ପ୍ରକୋଷ୍ଠର ମରିୟମ ବାର୍ଳା, ମହିଳା ସଂଗଠନର ଖୁସନୁମା ବେଗମ, ଗୌରୀ ଶଙ୍କର ଆଚାର୍ଯ୍ୟ, ଅସିତ ସାହୁ, ସତ୍ୟବ୍ରତ ସାହୁ, ଆଡ଼ଭୋକେଟ ରମେଶ ପତି, ସାହାରୁଖ ଲୋଧିଆ, ଲଖନ ଚୌଧୁରୀ, ଧର୍ମେନ୍ଦ୍ର ନାୟକ, ସୁଦାମ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.