ଆପ୍ ପଚାରିଥିବା ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଲେ ନାହିଁ ମୁଖ୍ୟମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପଚରା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଲେ ନାହିଁ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ ଚିନିକଳ ପାଇଁ ଘୋଷଣା କରିଥିବା ୧୧ କୋଟି ଟଙ୍କା ବିଷୟରେ କିଛି କହିଲେ ନାହିଁ । ବିଜେପୁର ଉପନିର୍ବାଚନ ପୂର୍ବରୁ ବରପାଲି ଓଭର ବ୍ରିଜ ପାଇଁ ଦେଇ ଥିବା ପ୍ରତିଶୃତି କେବେ ପୂରଣ ହେବ କିଛି କହିଲେ ନାହିଁ । ବରଗଡ଼ ପୁରୁଣା ହସ୍ପିଟାଲକୁ କେବେ ପୂର୍ଣ୍ଣାଙ୍ଗ ସିଏଚ୍‌ସି କରିବେ, ସେହିପରି କ୍ୟାନ୍ସର ହସ୍ପିଟାଲ ଶିଳାନ୍ୟାସ ନକରି ପଳାଇ ଗଲେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ସେହିପରି ଜିଲ୍ଲାରେ ଉତ୍କଟ ମରୁଡ଼ି ଘୋଷଣା ପ୍ରସଙ୍ଗରେ ଚୁପ୍‌ ରହିଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ ଖୋଲିବ କି ନାହିଁ ତାର ଉତ୍ତର ରଖିଲେ ନାହିଁ । ବରଗଡ଼ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଓ ଷ୍ଟାଫ ନିଯୁକ୍ତି କେବେ ହବ ନ କହି କେବଳ ପଂଚାୟତ ନିର୍ବାଚନ ପ୍ରଚାର ବାହାନାରେ ସରକାରୀ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ସର୍ବାଧିକ ଯୁବକ ଯୁବତୀ ବେରୋଜଗାର ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍‌ ହୋଇ ରହିବା ଦୁର୍ଭାଗ୍ୟ ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି ।

Leave A Reply

Your email address will not be published.