oum

ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ ଶୀଘ୍ର ନ ଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ : ଆମ୍ ଆଦମୀ ପାର୍ଟି

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କୁପ୍ରଭାବ ପଡିବ ବୋଲି ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦପ୍ତରରେ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ଼ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ସ୍ୱାଭାବିକ ଆଡକୁ ଯାଉଥିବା ବେଳେ ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ ବିଷୟରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋଟିଏ ପଟେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ବିଦ୍ୟାଳୟକୁ ସ୍ୱାଭାବିକ ଭାବେ ଚାଲୁ ରଖିବାକୁ ନିର୍ଦେଶ ଦେଇ ଏହାର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରତି କାର୍ଯ୍ୟ କରିବାକୁ କହିଛନ୍ତି କିନ୍ତୁ ପରିତାପର ବିଷୟ ଯେ, ରାଜ୍ୟ ସରକାର ଏହି ଆଦେଶକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଛନ୍ତି ଏବଂ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବଳବତ୍ତର ରଖିବାକୁ ଅଡ଼ି ବସିଛନ୍ତି । ବରଗଡ଼ ଜିଲ୍ଲାର ଏହି ପ୍ରାଥମିକ ବିଦ୍ୟାଳୟରେ ଗରିବ, ଖଟିଖିଆ, ଚାଷୀ, ମୂଲିଆ ଶ୍ରେଣୀର ଲୋକଙ୍କ ପୁଅ ଝିଅମାନେ ପାଠ ପଢ଼ନ୍ତି ଏବଂ ଏହି ସ୍କୁଲ ବନ୍ଦ ହେଲେ ଛାତ୍ର ଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା ବଢିବ ଓ ପାଠ ପଢା ବାଧା ପ୍ରାପ୍ତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଏଣୁ ସମସ୍ତ ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଶିକ୍ଷାଦାନ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଦାବୀ ହୋଇଛି । ଯଦି ସରକାର ଉଦାସୀନ ରହିବେ ତାହାଲେ ଗଣତାନ୍ତ୍ରିକ ଉପାୟରେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଅଭିଭାବକ ମାନେ କହିଛନ୍ତି । ଏହାର ଏକ ନକଲ କପି ରାଜ୍ୟ ନିର୍ବାଚନ ଆୟୋଗ ପାଖକୁ ପଠା ଯାଇଛି । ଗାଈସିଲେଟ, ବିଜେପୁର, ଭଟଲି, ବରଗଡ଼ ଓ ବରପାଲି ବ୍ଲକର ବିଭିନ୍ନ ସ୍କୁଲରୁ ଅଭିଭାବକ ମାନେ ଆସିଥିଲେ । ବିରେନ୍ଦ୍ର କୁମ୍ଭାର, ହିମାଂଶୁ ଭୁଏ, ରୂପନନ୍ଦ ଆମରି, ନରୋତ୍ତମ ବାଗ, ଅଶୋକ ବାରିକ, ଉମାକାନ୍ତ ଭୁଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.