ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ବୈଠକ : ବିଜେଡି ସମର୍ଥନରେ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ହେଲା ନିଷ୍ପତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ୍ ଶାଖା ପକ୍ଷରୁ ଦେଓଗାଁ ବ୍ଲକ ସିଂହାମୁଣ୍ଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୁଡ଼ାମିର୍ଧା ଜାତିର ଜିଲ୍ଲା ସମ୍ପାଦକ ବିଜୟ କାଳସାଏ, ବିଂଝାଳ ଦେଓଗାଁ ବ୍ଲକ୍ ସଭାପତି ମଦନ ବରିହା, କନ୍ଧସମାଜ ବନ୍ଧପଡ଼ା ଜୋନ୍‌ର ଦୟାନିଧି କୁଅଁର, ମିର୍ଧା ସମାଜ ସଭାପତି ଚତ୍ର ମିର୍ଧା, ସଅଁରା ସମାଜ ସଭାପତି ଅନନ୍ତ ରାମ ଭୋଇ, ଶିବ ବାଗ, ଜିଲ୍ଲା କମିଟି ସଦସ୍ୟ ଟିକେଲାଲ ଧରୁଆ ଓ ଦେଓଗାଁ ବ୍ଲକ ସମ୍ପାଦକ ପୁରନ୍ଦର ଭୋଇ ଯୋଗ ଆଲୋଚନା କରିଥିଲେ । ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଆଦିବାସୀଙ୍କୁ ଅଣଦେଖା କରିଛନ୍ତି । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ କେହି ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଦ୍ଧାନ୍ତ କରିଛନ୍ତି । ଯଦି କେହି ନିର୍ବାଚନ ଲଢନ୍ତି ତା’ ହେଲେ ତାଙ୍କୁ ଜାତି ସମାଜର ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସଂଘ ପକ୍ଷରୁ ଜଣାପଡ଼ିଛି । ସୁଦାମ ବିଶି, କୁବେର ଧରୁଆ, ଈଶ୍ୱର ଧରୁଆ, ସହଦେବ ଧରୁଆ, ସନାତନ ଭୋଇ ଓ ସୁବଳ ଧରୁଆ ସଭା ଆୟୋଜନରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.