ବଲାଙ୍ଗିର ଜିଲ୍ଲାର ୨ ମ୍ୟୁନିସିପାଲିଟିରେ ପୈାର ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ୨ ମ୍ୟୁନିସିପାଲିଟିରେ ପୈାର ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକା ଅନୁସାରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌର ପରିଷଦର ପଦ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପାଟଣାଗଡ଼ ଏନ୍‌ଏସି ପାଇଁ ଏସ୍‌ଟି, କଣ୍ଟାବାଞ୍ଜି ଓ ତୁଷୁରା ଏନ୍‌ଏସି ପାଇଁ ପଦ ଅଣସଂରକ୍ଷିତ ରହିଛି ।

Leave A Reply

Your email address will not be published.