centurian jitm

ଧର୍ମୀୟ ସମାଜରେ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ସମ୍ପର୍କରେ ଆଲୋଚନାଚକ୍ର :

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଏବଂ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନା ଆସର, ଗଳ୍ପ ପାଠ ଓ ସାରସ୍ୱତ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମ୍ମୁଖ୍ୟର ସଭାପତି ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ଅଧ୍ୟକ୍ଷତା, ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ ଆବାହକତ୍ୱ ଓ ସାମୁଖ୍ୟର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ଆଲୋଚ୍ୟ ବିଷୟ ଧର୍ମୀୟ ସମାଜରେ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଆଲୋଚନାଚକ୍ରରେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ଉଦ୍‌ଘାଟକ, ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ବରେଣ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ବକ୍ତା ଭାବେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଉପସଂହାର ରେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ବିଶ୍ୱାସ ର ଅର୍ଥ ଅନୁରକ୍ତି। ସମ୍ପ୍ରତ୍ତି ସମାଜରେ ଧର୍ମର ଅପବ୍ୟବହାର କରାଯାଉଛି। ଧର୍ମ ଆସିଥିଲା ଶୋଷଣ ବିରୁଦ୍ଧରେ। ଧର୍ମ କେବେ ମଣିଷ ମଣିଷ ମଧ୍ୟରେ ଲଢେ଼ଇ କରେ ନାହିଁ। ବିଶ୍ୱାସ ବିନା କୈାଣସି ସମାଜ ତିଷ୍ଠି ପାରେନା । କର୍ମମୟ ଜୀବନର ଆଶାବାଡି ହେଉଛି ବିଶ୍ଵାସ । ରାଜନୀତି ଧର୍ମଠାରୁ ଅଲଗା ରହିବା ଦରକାର । ପ୍ରତ୍ୟେକ କଥାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିବା ଦରକାର । ଶିକ୍ଷାକୁ ସୁବ୍ୟବସ୍ଥିତ କରାଗଲେ ଅନ୍ଧ ବିଶ୍ୱାସ ଦୂର ହୋଇପାରିବ ବୋଲି ଏହି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ଓ ଆସନ୍ତା ମାସରେ ହେବାକୁ ଥିବା ବାର୍ଷିକୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କୁନି ପ୍ରତିଭା ଦେବରାଜ ବଳଙ୍କ ଗଣେଶ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ଅଜୟ କୁମାର ମହାନ୍ତି ଓ ସୁମିତ୍ରା ବାରିକ ଗଳ୍ପପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା ରଥଙ୍କ ସଭାପତି, ସୁଶାନ୍ତ କୁମାର ନାୟକ ଓ ସୁନିତା ସାହୁଙ୍କ ସଂଯୋଜନାରେ ମୀନ କେତନ ପଶାୟତ, କୁଞ୍ଜବିହାରୀ ରାଉତ, ରଶ୍ମିବାଳା ରାଉତରାୟ, ସୁଚିତ୍ରା ଲେଙ୍କା, ଚିନ୍ମୟୀ ପୁରୋହିତ, ତ୍ରିଲୋଚନ ସ୍ୱାଇଁ, ଧୋବେଇ ବେହେରା, ମଞ୍ଜୁଳା ରଥ, ପଶୁପତିନାଥ ଚାଟାର୍ଜୀ ଓ ସଂଯୋଜକଦ୍ୱୟ କବିତା ପାଠ କରିଥିବାବେଳେ ଶେଷରେ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସର୍ବଶ୍ରୀ ବଳରାମ ଦାଶ, ଜୟଶ୍ରୀ ଦାସ, ଦେବେନ୍ଦ୍ର କୁମାର ବଳ, ଡ଼ଃ ପ୍ରଭାକର ନାୟକ, ରାଖାଲ ମହାନ୍ତି, ସୂର୍ୟ୍ୟନାରାୟଣ ପଣ୍ଡା, ରଘୁନାଥ ଦାଶ, ସୁରେଶ ପାଣି, ବ୍ରଜକିଶୋର ପାଣି, ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ଅଙ୍ଗୁରବାଳା ପରିଡ଼ା, ଗୀତା ରାଣୀ ବେହେରା, ଜ୍ୟୋସ୍ନାରାଣୀ ରାୟ, ଚନ୍ଦ୍ରକାନ୍ତି ପାତ୍ର, ତୃପ୍ତିମୟୀ ନାୟକ, ପୀତବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.