oom

ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା, ବରିଷ୍ଠ ସମାଜସେବୀ, ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ପାଳିତ : ସତ୍‌ସଙ୍ଗ ସମାବେଶରେ ଅଭିନନ୍ଦନିକା ଉନ୍ମୋଚିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ ହୋଇଯାଇଛି । ଏହି ଅଦ୍ଭୁତପୂର୍ବ ସତସଙ୍ଗ ସମାବେଶରେ ଗୃହିଠାରୁ ଆରମ୍ଭକରି ସନ୍ଥ ସନ୍ୟାସୀମାନେ ଯୋଗ ଦେଇଥିଲେ । ଦିବ୍ୟ ଜୀବନ ସଂଘ ସହିତ ସମ୍ପୃକ୍ତ ଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବିପ୍ରଚରଣ ପାତ୍ରଙ୍କ ତ୍ୟାଗ, ନିଷ୍ଠା ଜୀବନ ଏବଂ ଦିବ୍ୟ ଜୀବନ ସଂଘ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତକରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାକରି ଓଡ଼ିଶାର କୋଣ ଅନୁକୋଣରେ ସ୍ୱାମୀଜୀଙ୍କ ବାଣୀ ପ୍ରଚାର କରିବା ସହିତ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସେହିଁ ଦିବ୍ୟ ଜୀବନର ପ୍ରକୃତ ବାର୍ତ୍ତାବହ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ପାତ୍ରଙ୍କ ଜୀବନ ଉତ୍‌ଥାନ ପତନରେ ଗତି କରିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତନ ହୋଇ ନିଜର ଅଙ୍ଗିକାରବଦ୍ଧତା ଫଳରେ ସମାଜରେ ଦେଖା ଦେଇଥିବା ଅପସଂସ୍କୃତିକୁ କିପରି ପରାହତ କରାଯାଇପାରିବ ସେଉଦ୍ୟମ ଜାରି ରଖିଛନ୍ତି । ଫୁଲବାଣୀ, ଗଞ୍ଜାମ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଖୋଲି ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।
ପ୍ରବାଚକ ଶ୍ରୀଧର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପାତ୍ରଙ୍କ ୭୫ତମ ବର୍ଷ ଅବସରରେ ପ୍ରକାଶ ପାଇଥିବା ଅଭିନନ୍ଦନିକା ମୁଖ୍ୟଅତିଥି ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଉନ୍ମୋଚନ କରିବା ସହ ଆର୍ଶୀବଚନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଗଭୀରାନନ୍ଦ, ସ୍ୱାମୀ ଗୋବିନ୍ଦାନନ୍ଦ, ସ୍ୱାମୀ ବ୍ରହ୍ମାନନ୍ଦ, ସ୍ୱାମୀ ଗୁରୁଶରଣାନନ୍ଦ, ସ୍ୱାମୀ ରାମଦାସା ନନ୍ଦ, ମୁନି ପ୍ରଶାନ୍ତ, ବରିଷ୍ଠ ଗବେଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଗଣେଶ ଚନ୍ଦ୍ର ପଣ୍ଡା, ବାବା ରାଧାକାନ୍ତ ଦାଶ, ପ୍ରବାଚକ ଜଗନ୍ନାଥ ପଣ୍ଡା, ରବିନ୍ଦ୍ର ନାଥ ମିଶ୍ର, ହରପ୍ରିୟା ମିଶ୍ର, ପ୍ରସନ୍ନ ପଣ୍ଡା, ଅଧ୍ୟାପିକା ଇନ୍ଦିରା ଅଧିକାରୀ, ମମତା ପଟ୍ଟନାୟକ, ରାଜେଶ ପାତ୍ର, ପ୍ରଫୁଲ୍ଲ ରଥ, ଗୋପିନାଥ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ରଙ୍କ ଜୀବନୀ ସୃଜନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

jittmm
Leave A Reply

Your email address will not be published.