centurian jitm

ବିଧାୟକ ପାଣ୍ଠିରୁ ୬୫ ଗୋଟି ପ୍ରକଳ୍ପ ପାଇଁ କାର୍ଯ୍ୟଦେଶ ବଣ୍ଟନ

nschool

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଭାଗୃହଠାରେ ଆଜି ବିଧାୟକ ପାଣ୍ଠିରୁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ୬୫ଗୋଟି ପ୍ରକଳ୍ପର କାର୍ଯ୍ୟଦେଶ ଆଜି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳନାଥ ବେହେରା, ବ୍ଲକ୍‌ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ୬୫ ଟି ପ୍ରକଳ୍ପ ନେଇ ସୂଚନା ଦିଆଯାଇଛି । ମୁଖ୍ୟ କିରାଣି ନରେନ୍ଦ୍ର ଭୋଇଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଶୀଘ୍ର ଶୀଘ୍ର କାର୍ଯ୍ୟ କରିବା ପାଇଁ କଣ୍ଟାବାଞ୍ଜି ବିଧାୟକ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.