୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକୁଲା ଠାରେ ତିନିଦିନ ବ୍ୟାପି ଅନୁଷ୍ଠିତ ହେଇଥିବା ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଶନିବାର ଉଦ୍‌ଯାପିତ ହୋଇଯାଇଛି । ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ବୁଧବାର ଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରାରେ ଶହ ଶହ ମହିଳା ଯୋଗଦେଇ ଗ୍ରାମ ପରିକ୍ରମା କରି ଉକ୍ତ କଳସଟିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଆକର୍ଷଣୀୟ ତୋରଣ ଚିତ୍‌ତ୍ତାକର୍ଷକ ମଣ୍ଡପର ନିର୍ମାଣ କରାଯାଇଥିଲା । ୩ ଦିନ ବ୍ୟାପି ଅନୁଷ୍ଠିତ ହେଇଥିବା ଏହି ମହାଯଜ୍ଞରେ ପ୍ରତିଦିନ ଭିନ୍ନ ଭିନ୍ନ ୫୧ଜଣ ଦମ୍ପତି କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ । ଯଜ୍ଞ ପରିସରରେ ମା’ ଗାୟତ୍ରୀଙ୍କ ୨୪ ଅବତାର ଶହ ମହାକାଳ, ସପ୍ତଋଷି, ମହାପ୍ରଭୁ ଜଗନ୍ନାଥ ଆଦି ପ୍ରଦର୍ଶନ କରାଯାଇଥିଲା । ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଶନିବାର ଦିନ ଏହା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଯଜ୍ଞରେ ସାମୁହିକ ବିବାହ ସଂସ୍କାର, କୁମାରୀ ବ୍ରତ ସଂସ୍କାର, ମୁଣ୍ଡନ ସଂସ୍କାର, ପୁଂସବନ ସଂସ୍କାର, ବିଦ୍ୟାରମ୍ଭ ସଂସ୍କାର, ନାମ କରଣ ସଂସ୍କାର, ଜନ୍ମ ଦିବସ ସଂସ୍କାର କରାଯାଇଥିଲା । ନାରୀ ଜାଗୃତି, ନିଶା ନିବାରଣ, ନୂତନ ପିଢ଼ିକୁ ସଂସ୍କାର କାର୍ଯ୍ୟକ୍ରମ କରାଯାଇଥିଲା । ପରିଶେଷରେ ମା’ ଭଗବତୀ ଭୋଜନ ମଣ୍ଡପରେ ଥରକେ ୫ହଜାର ଶ୍ରଦ୍ଧାଳୁ ବସି ଭୋଜନ କରିବାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଯଜ୍ଞ ସ୍ଥଳରେ ଆଧ୍ୟାତ୍ମିକ ସାମଗ୍ରୀ, ଉପାଦେୟ ପୁସ୍ତକ ତଥା ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ପ୍ରାୟ ୧୦୦ଟି ଷ୍ଟଲ ଲାଗିଥିଲା । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.