୫ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦେଉଳି ଶିବ ମନ୍ଦିର ନିକଟରେ ୫ଫୁଟର ନାଗ ସାପ ଉଦ୍ଧାର କରିଛନ୍ତି ସାପଧରାଳି ବିକି ଜି ନାଗ । ସୂଚନା ମତେ ଶିବ ମନ୍ଦିର ପରିସରରେ ଏକ ନାଗ ସାପ ବୁଲୁ ଥିବା ସ୍ଥାନୀୟ ପୂଜକ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ପରେ ସାପକୁ ଉଦ୍ଧାର କରିବା ପାଇଁ ଶିସକେଲା ଗ୍ରାମର ବିକି ଜି ନାଗଙ୍କୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଖବର ପାଇବା ପରେ ସଙ୍ଗେ ସଙ୍ଗେ ପହଞ୍ଚି ବିଷଧାରୀ ନାଗ ସାପକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡି ଦେଇଥିଲେ । ସେ ଗତ ୨୦୦୫ ମସିହାରୁ ହଜାର ହଜାର ସାପକୁ ଉଦ୍ଧାର କରି ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇଛନ୍ତି । ୫୪ରୁ ଅଧିକ ଲୋକଙ୍କୁ ସାପ ଚୋଟରେ ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରି ସୁସ୍ଥ ହେବା ପରେ ମଧ୍ୟ ଘରକୁ ଫେରି ସାରିଛନ୍ତି । ତେବେ ନିଜ ଜୀବନ କୁ ବାଜିରେ ଲଗାଇ ବଡ଼ ବଡ଼ଧରଣର ସାପକୁ ଉଦ୍ଧାର କରୁଥିବା ବେଳେ ତାଙ୍କର ଏଭଳି ମହାନତାକୁ ନେଇ ମଧ୍ୟ ପ୍ରଂସଶାର ସୁଅ ଛୁଟୁଛି ।

Leave A Reply

Your email address will not be published.