ପୁରୀ ଘୋଷଯାତ୍ରା ପାଇଁ ୨ୟ ପର୍ଯ୍ୟାୟରେ ଗଲା ୩୧ଖଣ୍ଡ କାଠ

ବୌଦ୍ଧ, (ବଂଶୀଧର ମାଝୀ) : ପୁରୀରେ ହେବାକୁଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ସକାଶେ ରଥ ନିର୍ମାଣ ପାଇଁ ସୋମବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଦ୍ୱିତୀୟ ପର୍ଯ୍ୟାୟରେ ୩୧ଖଣ୍ଡ ଅସନ କାଠ ପଠାଗଲା । ସେଥି ମଧ୍ୟରୁ ୨୦ଫୁଟ ଲମ୍ବ ୩ଫୁଟ ଗୋଲେଇର ୧୦ଖଣ୍ଡ ଏବଂ ୧୨ଫୁଟ ଲମ୍ବ ୩ଫୁଟ ଗୋଲେଇର ୨୧ଖଣ୍ଡ କାଠକୁ ମିଶାଇ ସମୁଦାୟ ୩୧ଖଣ୍ଡ ଅସନ କାଠ ପଠାଯାଇଥିବା ଜଣାଯାଇଛି । ସ୍ଥାନୀୟ ତଳଗାଁ ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀଭକ୍ତ କାଠ ବୋଝେଇ ଟ୍ରକ ଆଗରେ ନାମ ସଂକୀର୍ତ୍ତନ ଏବଂ ପୂଜାର୍ଚ୍ଚନା କରି ବିଦାୟ ମେଲାଣି ଦେଇଥିଲେ । ଏହି ସମୟରେ ସେଠାରେ ସମିତି ସଭ୍ୟଙ୍କ ପ୍ରତିନିଧି ଭାବେ ନିରଞ୍ଜନ ସାହୁଙ୍କ ସମେତ ବନ କର୍ମଚାରୀ ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.