oom

୨୯ତମ ଉଷୁ ପ୍ରତିଯୋଗିତାରେ ୨ୟ ରନର୍ସ ସ୍ଥାନ ଅଧିକାର କଲା ପୁରୀ ଜିଲ୍ଲା

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଅନଗୁଳ ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୯ତମ ଉଷୁ ପ୍ରତିଯୋଗିତାରେ ପୁରୀ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିବା ଖେଳାଳିମାନେ ନିଜ କୃତିତ୍ୱ ପ୍ରଦର୍ଶନ କରି ୨ୟ ରନର୍ସ ସ୍ଥାନ ଅଧିକାର କରିଛନ୍ତି । ଖେଳାଳିମାନଙ୍କ ମଧ୍ୟରେ ୧୨ ବର୍ଷରୁ କମ ବାଳକ ବିଭାଗ ୩୦ କେଜିରେ ଆଶିଷ ସାହୁ ରୌପ୍ୟ ପଦକ, ୧୪ ବର୍ଷରୁ କମ ବାଳକ ବିଭାଗ ୪୨ କେଜିରେ ମହେୟଶ୍ୱର ସେଠି କାଂସ୍ୟ ପଦକ, ୧୪ ବର୍ଷରୁ କମ ବାଳକ ବିଭାଗ ୩୯ କେଜିରେ ସାଇସତ୍ୟବ୍ରତ ଦାସ କାଂସ୍ୟ ପଦକ, ୧୪ ବର୍ଷରୁ କମ ବାଳକ ବିଭାଗ ୪୮ କେଜିରେ ଚନ୍ଦ୍ରଶେଖର ସାହୁ କାଂସ୍ୟ ପଦକ, କନିଷ୍ଠ ବାଳିକା ବିଭାଗ ୪୫ କେଜିରେ ଦୁର୍ଗାଶ୍ରୀ ମଲ୍ଲିକ କାଂସ୍ୟ ପଦକ, କନିଷ୍ଠ ବାଳିକା ବିଭାଗ ୬୦ କେଜିରେ ସୋନାଲିକା ବରାଳ ରୌପ୍ୟ ପଦକ, କନିଷ୍ଠ ବାଳକ ବିଭାଗ ୪୫ କେଜିରେ ରଶ୍ମିରଞ୍ଜନ ମଲ୍ଲିକ କାଂସ୍ୟ ପଦକ, କନିଷ୍ଠ ବାଳକ ବିଭାଗ ୫୨ କେଜିରେ ଛାଟୋଇ ଅମରିତ ଅବିନାଶ କାଂସ୍ୟ ପଦକ, କନିଷ୍ଠ ବାଳକ ବିଭାଗ ୬୫ କେଜିରେ ଛାଟୋଇ ପୁଣ୍ୟକର ରାୟ କାଂସ୍ୟ ପଦକ, କନିଷ୍ଠ ବାଳକ ବିଭାଗ ୭୦ କେଜିରେ ତପନ ପ୍ରଧାନ କାଂସ୍ୟ ପଦକ, ବରିଷ୍ଠ ମହିଳା ବିଭାଗ ୬୫ କେଜିରେ ଗାୟତ୍ରୀ ସେଠୀ ରୌପ୍ୟ ପଦକ, ବରିଷ୍ଠ ପୁରୁଷ ବିଭାଗ ୫୨ କେଜିରେ ଦ୍ଵିପେନ୍ଦ୍ର ସ୍ୱାଇଁ କାଂସ୍ୟ ପଦକ, ବରିଷ୍ଠ ପୁରୁଷ ବିଭାଗ ୮୦ କେଜିରେ ସୋମାନାଥ ଦଳାଇ ସ୍ଵର୍ଣ ପଦକ ଜିତି ପୁରୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଲକ୍ଷ୍ମୀପ୍ରିୟା ସାହୁ , ଶୁଭମ ଦାଶ ଓ ବିଶ୍ୱପ୍ରିୟ ସ୍ୱାଇଁ ଆଦି ଖେଳାଳି ଏହି ଟିମର ଅଂଶ ରହିଥିଲେ । କୋଚ ନଟବର ସେଠି ଏବଂ ମ୍ୟାନେଜର ସଂଗ୍ରାମ ମହାନ୍ତିଙ୍କ ତତ୍ୱାବଧାନରେ ପୁରୀ ଜିଲ୍ଲା ଟିମର ଏଭଳି କୃତିତ୍ୱରେ ଡେଲାଙ୍ଗ ଅଂଚଳ କ୍ରୀଡାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.