ଓଡ଼ିଶାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ରାଜ୍ୟ ବଜେଟରେ ୯୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେ‌ଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ରାଜ୍ୟ ସରକାର ଏହି ବଜେଟରେ ‌ସ୍ୱାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ରେ ହକି ବିଶ୍ବକପର ୧୫ତମ ସଂସ୍କରଣ ଆୟୋଜନ ହେବ । ସେହିପରି ୨୦୨୩ ହକି ବିଶ୍ବକପ୍ ଲାଗି ପ୍ରାକ୍-ପ୍ରସ୍ତୁତିର ଅଂଶ ସ୍ଵରୂପ, ରାଉରକେଲାରେ ୧୫ ଏକର ପରିମିତ ଭୂମି ଉପରେ ଏକ ନୂତନ ବିଶ୍ଵସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ କରାଯିବ । ୨୦ ହଜାର ଦର୍ଶକ ବସି ପାରିବାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତର ସବର୍ବୃହତ ହକି ଷ୍ଟାଡ଼ିୟମରେ ପରିଣତ ହେବ । ଏଥିପାଇଁ ବଜେଟରେ ୯୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.