+୨ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ହେବ । ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିଛି । ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି । ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.