
ଭୁବନେଶ୍ୱର : ରାସ୍ତା ଉପରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ । ୨ ଭାଇ ବାଇକରେ ଯାଉଥିବା ବେଳେ ପଛ ପଟୁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଆକ୍ରମଣ କରି ୨ ଦୁର୍ବୃତ୍ତ ଫେରାର । ୨ ଦୁର୍ବୃତ୍ତ ମୁହଁରେ ମଙ୍କି କ୍ୟାପ୍ ପିନ୍ଧି ଆସିଥିଲେ । ବଡଗଡ ଥାନା ଅଞ୍ଚଳରେ ଘଟିଛି ଘଟଣା । ଖଣ୍ଡା ଚୋଟରେ ରତି ରଞ୍ଜନସାହୁ ଆହତ ହୋଇଛନ୍ତି । ରତି ରଞ୍ଜନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବଡଗଡ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।