ପୋଲିସକୁ ମଳିଲା ବଡ ସଫଳତା : ୧୯୦ କେ.ଜି ଗଂଜେଇ ଜବତ

ରାୟଗଡା : ରାୟଗଡା ପୋଲିସକୁ ମଳିଛି ବଡ ସଫଳତା । ୧୯୦ କେ.ଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାରରେ ସଂପୃକ୍ତ ଥିବା ଟ୍ରକର ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ରାୟଗଡା ପୋଲିସ । ସୂଚନା ଯୋଗ୍ୟ ଯେ, ଟ୍ରକଟି ଅଦା ଲୋଡ ହୋଇ କୋରାପୁଟରୁ ଉ‌ତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ରାୟଗଡ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଇ.ଆଇ.ସି ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ ମା ମଝିଆରିଆଣୀ ମନ୍ଦିର ନିକଟରେ ଟକ୍ରକୁ ଅଟକାଇ ଛାନଭିନ କରିଥିଲେ । ଯାଂଚରେ ୧୦ଟି ଜରି ବସ୍ତାରୁ ୧୯୦ କେ.ଜି ଗଂଜେଇ ଠାବ ହୋଇଥିଲା । ଏଥି ସହ ନଗଦ ୩ ହଜାର ୪୬୦ ଟଙ୍କା ସହ ଟ୍ରକ ନଂ ଜେଏଚ୦୨ଏଏସ ୬୧୮୧ ସହ ଗୋଟିଏ ମୋବାଇଲ ଫୋନକୁ ପୋଲିସ ଜବତ କରିଛି । ଏ ନେଇ ରାୟଗଡା ଥାନାରେ କେଶ ନଂ ୬୦, ତା ୦୮.୦୩.୨୦୨୧ ରିଖ ପ୍ରକାରେ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ଦୁହେଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.