
ବଲାଙ୍ଗିର, (କେପିଏନ୍ଏସ୍) : ୧୮୯ ବାଟାଲିୟନ ସିଆର୍ପିଏଫ୍ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍ପିଏଫ୍ ମୁଖ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଜନଜୀବନ ପାଇଁ ଲାଭଦାୟକ ୧୫୦ରୁ ଅଧିକ ଚାରା ରୋପଣ କରାଯାଇଛି । ଦ୍ୱିତୀୟ କମାଣ ଅଧିକାରୀ ପୀତବାସ ପଣ୍ଡା, ଉପ କମାଣ୍ଡେଣ୍ଟ ଡ.ବିନୋଦ କୁମାର ଟଣ୍ଡନଙ୍କ ସମେତ ୟୁନିଟର ବହୁ ସଂଖ୍ୟକ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।