ଷଷ୍ଠତମ ବର୍ଷ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେ ଷଷ୍ଠତମ ବର୍ଷ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୧୦-୪-୨୬ ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ଗ୍ରାମର ଶତାଧିକ ମହିଳା ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳସ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ପରେ ପରେ ଯଜ୍ଞକତ୍‌ର୍ତ୍ତା ଡମ୍ବରୁ ସିଂ ଗଡତ୍ୟା ଓ ତାଙ୍କ ଧର୍ମପତ୍ନୀ ଗୋପ ସିଂ ଗଡତ୍ୟା ପୂଜକ ଶାନ୍ତନୁ ମିଶ୍ର ଓ ଗୋପାଳ ଷଡ଼ଙ୍ଗୀଙ୍କ ସହ ପୂଜାକାର୍ଯ୍ୟ ତୁଳାଉଛନ୍ତି । ସୂଚନା ମୁତାବକ ୧୦-୪-୨୬ ଅପରାହ୍ନ ୩ ଘଣ୍ଟା ସମୟରେ ନାମ ଆରମ୍ଭ ହୋଇ ୧୨-୪-୨୬ ରବିବାର ଅପରାହ୍ନ ୩ଘଣ୍ଟା ସମୟରେ ନାମଯଜ୍ଞ ପୂର୍ଣ୍ଣାହୁତି ହେବ । ପରେ ପରେ ନଗର ପରିକ୍ରମା ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ । ନଅଗାଁ(ଖ) ସରପଞ୍ଚ ବୃନ୍ଦାବନ ସେଠ ତଥା ଗ୍ରାମର ସମସ୍ତ ବରିଷ୍ଠ ନାଗରିକଙ୍କ ତତ୍ତ୍ଵାବଧାନରେ ପ୍ରତିଦିନ ସମସ୍ତ ଗ୍ରାମବାସୀଙ୍କ ସହ ହଜାର ହଜାର ଉପସ୍ଥିତ ଭକ୍ତମାନେ ଅନ୍ନଛତ୍ରରେ ଅନ୍ନପ୍ରସାଦ ସେବନର ସୁଯୋଗ ପାଉଛନ୍ତି । ନା୍ୱଯଜ୍ଞରେ ୧୦ଟି ପୁରୁଷ କୀର୍ତ୍ତନ ଦଳ ଓ ୬ ଗୋଟି ମହିଳା କୀର୍ତ୍ତନ ଦଳ ସାମିଲ ହୋଇ ସହଯୋଗ କରୁଛନ୍ତି । ପରିଚାଳନା କମିଟି ସଦସ୍ୟ ଯୁବରାଜ ସିଂ ଗଡତ୍ୟାଙ୍କ ସହ ସମସ୍ତ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଛି । ଆସନ୍ତା ୧୩-୪-୨୬ସୋମବାର ଏକ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.