ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସତସଙ୍ଗ ବିହାର ସ୍ଥିତ ବୁର୍ଡା କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଉଷା କୀର୍ତ୍ତନ ସାଙ୍ଗକୁ ପୂର୍ବାହ୍ନରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଇଁତଳାରୁ ଅଧୂର୍ଯ୍ୟ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ ସଦାଲୋଚନା କରିଥିଲେ । ଏହି ଅବସରରେ ଝାରଖଣ୍ଡ ସ୍ଥିତ ଦେଓଘର ଆଶ୍ରମରୁ ଆସିଥିବା ଇଷ୍ଟ ପରିବାରର ସଦସ୍ୟ ଅମ୍ରିତେନ୍ଦୁ ଚକ୍ରବର୍ତ୍ତୀ ଶତାଧିକ ଶ୍ରଦ୍ଧାଳୁଙ୍କୁ ସତନାମରେ ଦୀକ୍ଷିତ କରିବା ସହିତ ଶ୍ରୀ ଶ୍ରୀ ଠାକୁରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସତସଙ୍ଗ ବିହାର ସଭାପତି ପର୍ଶୁରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ହିମାଂଶୁ ମିଶ୍ର, ସୁଶିଲ ମିଶ୍ର, ହିମାଂଶୁ ଶେଖର ସାହୁ, ଉମାକାନ୍ତ ବାରିକ, କମଳ ଅଗ୍ରୱାଲ, ଉଦ୍ଧବ ମହାକୁର, ରଘୁମଣି ବାରିକ, କୃପାସାଗର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ବିଭୂକୃପା ଲାଭ କରିବା ସହିତ ପ୍ରସାଦ ସେବନରେ ଅଂଶଗ୍ରହଣ କରିଥିଲେ ।
Next Post