ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର କ୍ଲଷ୍ଟରରେ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ରୁ ୧୭ ବର୍ଷର ପିଲା ଯେଉଁମାନେ ଅଧାରୁ ପାଠ ଛାଡିଛନ୍ତି କିମ୍ବା କେବେ ମଧ୍ୟ ସ୍କୁଲ ଯାଇନାହାନ୍ତି ସେହି ପିଲାଙ୍କୁ ବୟସ ଅନୁଯାୟୀ ବିଭିନ୍ନ ଶ୍ରେଣୀରେ ନାମ ଲେଖାଇ ମୁଖ୍ୟସ୍ରୋତରେ ସାମିଲ୍ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଇ ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ଏକ ଅତିଥି ସ୍ୱାଗତର ଏକ ସଂଗୀତ ପରିବେଷଣ କରିଥିଲେ । ଏହାପରେ ପିଲାମାନଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ । ମୁରିବାହାଲ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଗ୍ରାମରୁ ୬ରୁ ୧୭ ବର୍ଷର ପୁଅ ଝିଅ ଆସି ନିଜର ଡକ୍ୟୁମେଣ୍ଟ ଦେଇ ଏସ୍ଆଇଓଏସ୍ରେ ନାମ ଲେଖାଇଥିଲେ । ଏହି କାର୍ଯ୍ୟକ୍ରମ ମୁରିବାହାଲ କ୍ଲଷ୍ଟର ସିଆର୍ସିସି ହୃଷିକେଶ ଶିକାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ମୁରିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ଵବିହାରୀ ଯୋଶୀ ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ଆଲୁମିନି ସଭ୍ୟ ଭୀମ ପଧାନ, ଅଧିବାସ ମାହାର ତଥା ମୁରିବାହାଲ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗ ଯୋଗ ଦେଇଥିଲେ । ସହଶିକ୍ଷକ ଶିକ୍ଷୟିତ୍ରୀ ନୃପରାଜ ମାଝୀ, ଚରଣ ଦଳେଇ, ଶିବପ୍ରସାଦ ଦୀପ, କୁନ୍ତଳା ଯୁଗ୍ନିଆ, ତପେଶ୍ଵର ବେହେରା, ତୁଳସୀ ହାତୀ, ଫାଜଲ ମହାନନ୍ଦ, ଭୂଷଣ କୁମାର ନାଏକ, ପୁଷ୍ପାଞ୍ଜଳି ବାରିକ,ସଂଯୁକ୍ତା ପଣ୍ଡା ଆଦି ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶ୍ରୀମୁଖ ବିହାରୀ ଷାଣ୍ଢ ମଞ୍ଚ ପରିଚାଳନା କରିଥିଲେ ଏବଂ ଶ୍ରୀ ଶିକା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥିଗଣ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନୀ ମାଝୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସମାପନ କରାଯାଇଥିଲା ।