ଡୁଡୁକାପଡ଼ା ମା’ ବସ୍ତ୍ରେନ୍ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

  • ହଳଦୀକୁ ଟ୍ରାଇବ୍ରେକରେ ହରାଇ ଚିଙ୍ଗେରମୁଣ୍ଡା ଦଳ ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଡୁଡୁକାପଡ଼ା ଗାଁ ଖେଲପଡ଼ିଆଠାରେ ମଙ୍ଗଳବାର ମା’ ବସ୍ତ୍ରେନ୍ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ଗଁରେଇ ସରପଞ୍ଚଙ୍କ ପ୍ରତିନିଧି ଡୁଲାମଣି ଛୁରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଡୁଡୁକାପଡ଼ା ସ୍କୁଲ ପ୍ରଧାନ ଶିକ୍ଷକ ଭୂପେନ୍ଦ୍ର ପୁଟେଲ, ସଞ୍ଜୟ କୁମାର ମହାନନ୍ଦ, ୱାର୍ଡ ମେମ୍ବର ଯୁଗେଶ୍ୱର୍ ତାଣ୍ଡି, ଅଙ୍ଗୱାଡ଼ି କର୍ମି ପରିପୂର୍ଣ୍ଣା ନିଆଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସ ମ୍ୟାଚରେ ହଳଦୀ ଦଳକୁ ଟ୍ରାଇବ୍ରେକରେ ହରାଇ ଚିଙ୍ଗେରମୁଣ୍ଡା ଦଳ ବିଜୟୀ ହୋଇଥିଲା । ନୀତେଶ ମାଝୀ, ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ଖେଳ ପରିଚାଳନା କରିଥିଲେ । ଆଯୋଜକ କମିଟି ସଦସ୍ୟ ପ୍ରଦେଶି, ଛନ୍ଦାଚରଣ, ଡୁଲାମଣି, ଜାମୁ, କ୍ଷୀରସିନ୍ଧୁ, ରୋହିତ, ଗମ୍ଭୀର, ଶେଷଦେବ, ମନୋହର, ଟିକେଶ୍ୱର୍, ସଞ୍ଜୀବ, ଭକ୍ତ, ଭୈରବ, ମାର୍କଣ୍ଡ, ତପନ, ରମେଶ, ଗୌର, ତହସିଲ, ବଂଶୀ, ଜଗବନ୍ଧୁ, ହିମାନ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.