ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ତେବେ ଆଜି ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସପ୍ତାହ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁଷମା ପାଢ଼ୀ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ସହାୟକ ଜିଲ୍ଲାପାଳ ସମ୍ପୂର୍ଣ୍ଣା ନନ୍ଦ ବେଜ, ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଭଉଣୀ ବିକେ ମନୀଷା, ଏସ୍ଆଇ ସୁକନ୍ୟା ରାଉତ, କାଉନ୍ସିଲର ମାନସ ସାହୁ, ଭୁବନେ ପଟ୍ଟନାୟକ, ଗୋପାଳ ବେହେରା, ଯଶୋଦା ବଗର୍ତ୍ତି, ସରଜୁ ଥାନାପତି, ଚନ୍ଦ୍ରକାନ୍ତି ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଭଗବାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଟିଟିଲାଗଡ଼ ସହରର ବିଭିନ୍ନ ନାରୀ ସଂଗଠନ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ତାରାକାନ୍ତ ତ୍ରିପାଠୀ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୋଷ୍ଠୀ ସଂଗଠିକା ଶୁଭଶ୍ରୀ ସାହୁ ଏବଂ ପୌର ପରିଷଦର କର୍ମଚାରୀ ମାନେ ।