କାଳିଆ ଟଙ୍କା ଫେରାଇବାକୁ ଆସିଲା ନୋଟିସ୍

ଗୁଡ଼ଭେଲା, (କେପିଏନ୍ଏସ୍) : ଗତ ସାଧାରଣ ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ସହଯୋଗ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କାଳିଆ ଯୋଜନାର ଟଙ୍କା ଏବେ ଚାଷୀଙ୍କ ପାଇଁ କାଳ ହେଲାଣି । ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚୟନ କରି ଏକ ମାସ ମଧ୍ୟରେ ଟଙ୍କା ଫେରାଇବା ପାଇଁ ନିଦେ୍ର୍ଧଶ ଦେଲେଣି । କାଳିଆ ହିତାଧିକାରୀ ଜଗତରେ ଏବେ ହତାଶର କଳାବାଦଲ । ଗୁଡ଼ଭେଲା ବ୍ଲକ୍ର ୧୩ଟି ଗ୍ରାମ ପଞ୍ଚାୟତ ଓ ତୁଷୁରା ଏନ୍ଏସିର ୧୧ଟି ୱାଡର଼୍ରେ ୩୨୬ ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଚୟନ କରାଯାଇଥିବା ବେଳେ କେତେକେ ନୋଟିସ୍ ମଧ୍ୟ ପାଇ ସାରିଥିବା ଜଣାପଡ଼ିଛି । କୃଷକ ମହଲରେ ଅସନ୍ତୋଷ ଘନଉଛି ।

Leave A Reply

Your email address will not be published.