କରୋନା ମାଡ଼ରେ ଫିକା ଫିକା ରକ୍ଷାବନ୍ଧନ ମାହୋଲ୍

ସଇଁନ୍ତଲା, ୧/୮ (ଅଜିତ କୁମାର ସାହୁ) : ସର୍ବ ମଙ୍ଗଳ ମନାସୀ ଭଉଣୀ ଭାଇର ହାତରେ ବାନ୍ଧିଥାଏ ରାକ୍ଷୀ ଶ୍ରାବଣ ପୂର୍ଣ୍ଣିମା ରକ୍ଷାବନ୍ଧନ ତିଥିରେ । ଭାଇ ଭଉଣୀର ସଂପର୍କକୁ ଆହୁରି ବଳିÂତା ପ୍ରଦାନ କରିଥାଏ ଏହି ଉତ୍ସବ । ଚଳିତ ବର୍ଷ ରକ୍ଷାବନ୍ଧନ ପାଖେଇ ଆସୁଥିଲେ ବି ଅନ୍ୟ ବର୍ଷ ଭଳି ଚଳଚଂଚଳ ଜଣା ପଡ଼ୁନାହିଁ ଗାଁ ଠୁ ସହର । ବ୍ୟବସାୟୀ କିମ୍ବା ଭଉଣୀମାନଙ୍କ ଭିତରେ ବି ହର୍ଷୋଲ୍ଲାସ ଅନୁମିତ ହେଉନାହିଁ । କରୋନା ସଂକ୍ରମଣ ଯୋଗୁଁ ଜୀବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଏହାର ମାଡ଼ରେ ଫିକା ଫିକା ଅନୁଭବ ହେବାକୁ ଲାଗିଲାଣି ମହାନ୍ ପରମ୍ପରାର ବାହକ ରକ୍ଷାବନ୍ଧନ । ମିଠା ଓ ରାକ୍ଷୀ ବିକି୍ର ମାନ୍ଦା ବୋଲି ବ୍ୟବସାୟୀମାନେ କହୁଥିବା ବେଳେ କାହା ଭିତରେ ବି ଉତ୍ସାହ ନାହିଁ କହିଲେ କିଛି ଅତୁ୍ୟକ୍ତି ହେବନାହିଁ । ମହାମାରୀ କରୋନା ଯୋଗୁଁ ସାରା ରାଜ୍ୟର ଅନେକ ସହର ଲକ୍ଡାଉନ୍, ସଟ୍ଡାଉନ୍ ଭିତରେ ଫଶି ରହିଥିବା ବେଳେ କଡ଼ା କଟକଣା ଓ ଅଦୃଶ୍ୟ ଆତଙ୍କର କଳା ବାଦଲ ଘୋଟି ରହିଛି ମାନବ ସମାଜ ଭିତରେ ଭଳି ମନେହେଉଛି ।

Leave A Reply

Your email address will not be published.