କରୋନା ମାଡ଼ରେ ଫିକା ପଡ଼ିଲା ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍ଏସ୍) : ଭାଇଭଉଣୀ ସଂପର୍କକୁ ଆହୁରି ବଳିଷ୍ଠ କରିଥାଏ ରକ୍ଷାବନ୍ଧନ । ବଡ଼ ଉତ୍ସାହର ସହ ଟାକି ରହିଥାଏ ଭଉଣୀ ରକ୍ଷାବନ୍ଧନ ତିଥିକୁ । ଭାଇର ହାତରେ ରାକ୍ଷୀ ବାନ୍ଧିବ । ଭାଇର ଶୁଭ ମନାସିବ । ଭାଇକୁ ଉପହାର ଦେବ । ମିଷ୍ଠ।ନ୍ନ ଖୁଆଇବ । ଅଥଚ ଚଳିତ ବର୍ଷ କରୋନା ସଂକ୍ରମଣର କଟକଣାରେ ଫିକା ପଡ଼ିଯାଇଛି ରକ୍ଷାବନ୍ଧନ ପର୍ବ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ୪ ଦିନ ଯାଏଁ ବଲାଙ୍ଗିର ଜିଲ୍ଲାକୁ ସଟ୍ଡାଉନ୍ କରାଯାଇଥିବା ବେଳେ ମିଠା, ଉପହାର ତଥା ରାକ୍ଷୀ କିଣିବାରେ ବାଧା ସୃଷ୍ଟି ହୋଇଛି ଭଉଣୀମାନଙ୍କୁ । ପୁଣି କେଉଁଠି କେମିତି ଭାଇମାନଙ୍କ ପାଖକୁ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ମଧ୍ୟ ପହଂଚିବା ମୁସ୍କିଲ୍ । ଏଭଳି ଏକ ଉଦାସ ସ୍ଥିତିରେ ଆରମ୍ଭ ହୋଇଛି ରକ୍ଷାବନ୍ଧନ । ବ୍ୟବସାୟୀ ନିରାଶ, ଭଉଣୀମାନେ ବି ଉଦାସ । ତଥାପି ପରମ୍ପରା ଅନୁସାରେ ରକ୍ଷାବନ୍ଧନ ପାଳିତ ହେଉଛି । ଭଉଣୀମାନେ ଭାଇମାନଙ୍କ ଶୁଭ ମନାସି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.