jayashree

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି

  • ବିର୍ସା ମୁଣ୍ଡା କମ୍ବୟସରେ ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ ଆନ୍ଦୋଳନ ଆରମ୍ଭ କରିଥିଲେ
  • ସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଦେଶବାସୀ ସର୍ବଦା ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ କୃତଜ୍ଞ ରହିବେ
  • ଜଳ, ଜଙ୍ଗଲ ଓ ଜମି ଭଳି ଉପାଦାନ ଆଦିବାସୀ ପାରିବେଶିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଉପାଦାନ ଭଳି ଧାରଣାକୁ ବିର୍ସା ମୁଣ୍ଡା ପୁନର୍ଜୀବିତ କରିଥିଲେ
  • ରାଞ୍ଚିର ଜେଲରୁ ଆରମ୍ଭ କରି ଇଂଲଣ୍ଡର ରାଣୀଙ୍କ ପର୍ୟ୍ୟନ୍ତ ଦେଶବାସୀଙ୍କ ସ୍ୱର ପାଲଟି ଥିଲେ ଜାତୀୟ ନାୟକ ବିର୍ସା ମୁଣ୍ଡା
  • ସାରା ଦେଶ ରେଇଂରେଜ ମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ସ୍ୱାଧୀନତା ପରେ ଏହି ମହାନ ବୀର ମାନଙ୍କୁ ମନେ ରଖାଯାଇନଥିଲା
  • ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନ ଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଘୋଷଣା କରିବା ସହ ଆଦିବାସୀ ଜନନାୟକଙ୍କ ସମ୍ମାନରେ ଦେଶବ୍ୟାପୀ୨୦ଟି ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି
  • ଭଗବାନ ବିର୍ସା ମୁଣ୍ଡା ତାଙ୍କ କୃତିକୁ ନେଇ ଏମିତି ଏକ କାହାଣୀ ଲେଖିଛନ୍ତି ଯେ, ଦେଶବାସୀ ତାଙ୍କ ଆଗରେ ସର୍ବଦା ମଥାନତ କରିବେ
  • ପୂର୍ବ ସରକାର ଆଦିବାସୀମାନଙ୍କର ବିକାଶ ପାଇଁ ମାତ୍ର୨୮ହଜାର କୋଟି ଟଙ୍କାର ବଜେଟ୍‌ ରଖିଥିବା ବେଳେ ମୋଦୀ ସରକାରରେ ଆଦିବାସୀ ବିକାଶ ପାଇଁ ବଜେଟ୍୧ଲକ୍ଷ ୩୩ ହଜାର କୋଟି ଟଙ୍କା ରହିଛି
  • ଆଦିବାସୀ ମାନଙ୍କ ପାଇଁ ମୂଳ ସଂସ୍କୃତିର ରକ୍ଷକ ହେବା ସହ ଜୀବନ କିପରି ହେବା ଉଚିତ, କାହା ପାଇଁ ହେବା ଉଚିତ ଏବଂ କେଉଁ ଲକ୍ଷ୍ୟରେ ସମର୍ପିତ ହେବା ଉଚିତ ତାହା ବିର୍ସା ମୁଣ୍ଡାଜୀ ନିଜ କର୍ମ ମାଧ୍ୟମରେ ଦର୍ଶାଇ ଥିଲେ
  • ଏହି ଅବସରରେ ମୋଦୀ ସରକାର ସରାଇକା ଲେଖାଁ ଛକର ନାମ ପରିବର୍ତ୍ତନ କରି ‘ଭଗବାନ ବିର୍ସା ମୁଣ୍ଡା ଛକ’ କରିବାକୁ ନିଷ୍ପତ୍ତି ନେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବାନ୍ସେରା ପାର୍କରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀମ ନୋହରଲାଲ, ଦିଲ୍ଲୀର ଲିୟୁଟନାଂଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ନଭେମ୍ବର୧୫)କୁ ଜନଜାତୀୟ ଗୌରବ ଦିବସ (ଆଦିବାସୀ ଗୌରବ ଦିବସ) ଭାବରେ ପାଳନ କରାଯିବ । ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଝାଡ଼ଖଣ୍ଡରଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ଶାହ କହିଛନ୍ତି ଯେ, ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଗାମୀ ବର୍ଷ ଅର୍ଥାତ୍୧୫ ନଭେମ୍ବର, ୨୦୨୫ ପର୍ୟ୍ୟନ୍ତ ଆଦିବାସୀ ଗୌରବ ବର୍ଷ ଭାବେ ପାଳନ କରାଯିବ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୋଦୀ ସରକାର ସରାଇକା ଲେଖାଁ ଛକର ନାମ ପରିବର୍ତ୍ତନ କରି ଭଗବାନ ବିର୍ସା ମୁଣ୍ଡା ଛକ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା କେବଳ ତାଙ୍କ ମୂଳ ଆଦିବାସୀ ସଂସ୍କୃତିର ମୁକ୍ତିଦାତା ନୁହଁନ୍ତି, ବରଂ ତାଙ୍କର ୨୫ ବର୍ଷର ସ୍ଵଳ୍ପ ଜୀବନକାଳରେ ସେ ନିଜ ଜୀବନ କିପରି ବଞ୍ଚିବେ ଏବଂ ଆମ ଜୀବନରେ କ’ଣ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଉଚିତ ତାହା ଦେଶରଅନେକଲୋକଙ୍କୁ ବୁଝାଇଥିଲେ । ଭଗବାନ ବିର୍ସା ମୁଣ୍ଡା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନନାୟକ ବୋଲି ସେ କହିଛନ୍ତି । ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଭଗବାନ ବିର୍ସା ମୁଣ୍ଡା ଅଳ୍ପ ବୟସରେ ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ଧର୍ମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ, ଯେତେବେଳେ ସମଗ୍ର ଭାରତ ଏବଂ ବିଶ୍ୱର ଦୁଇ ତୃତୀୟାଂଶ ଇଂରେଜ ଶାସନ କରୁଥିଲେ, ସେତେବେଳେ ବିର୍ସା ମୁଣ୍ଡା ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ତାର ସହ ଠିଆ ହେବାର ସାହସ ପ୍ରଦର୍ଶନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସଂକଳ୍ପ ଏବଂ ସାହସିକତା ତାଙ୍କୁ ଏହି ଦେଶର ଜଣେ ନେତାରେ ପରିଣତ କରିଥିଲା । ରାଞ୍ଚିର ଜେଲରୁ ଇଂଲଣ୍ଡର ରାଣୀଙ୍କ ପର୍ୟ୍ୟନ୍ତ ଜାତୀୟ ନାୟକ ବିର୍ସା ମୁଣ୍ଡାଜୀ ଦେଶବାସୀଙ୍କ ସ୍ୱର ପାଲଟିଛନ୍ତି । ଅମିତ ଶାହ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା ଏହି ଧାରଣାକୁ ପୁନର୍ଜୀବିତ କରିଥିଲେ ଯେ ଜଳ, ଜଙ୍ଗଲ ଏବଂ ଜମି ଆଦିବାସୀ ପରିବେଶ, ଜୀବିକା ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେ ସବୁ ଆଦିବାସୀ ମାନଙ୍କ ପାଇଁ ସବୁକିଛି । ବିର୍ସା ମୁଣ୍ଡା ଆଦିବାସୀ ସମାଜରେ ବିଭିନ୍ନ ସଚେତନତା ସୃଷ୍ଟି କରିଥିବା ସମ୍ପର୍କରେ ସେ କହିଥିଲେ । ସେ ମଦ୍ୟପାନ, ଜମିଦାରଙ୍କ ଶୋଷଣ ବ୍ୟବସ୍ଥା ଓ ବ୍ରିଟିଶ ରାଜକୁ ବିରୋଧ କରିଥିଲେ ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ । ଦେଶର ଆଦିବାସୀ ସମାଜର ସାମାଜିକ ସଂସ୍କାର, ସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ ସମଗ୍ର ଦେଶକୃତଜ୍ଞ ରହିବ ବୋଲି ଶ୍ରୀ ଶାହ କହିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା, ଯାହାକୁ”ଧରତୀଆବା” (ପୃଥିବୀରପିତା) ମଧ୍ୟ କୁହାଯାଏ, ତାଙ୍କ ଜୀବନକୁ ଦୁଇଭାଗରେ ବିଭକ୍ତ କରି ଦେଖା ଯାଇପାରେ । ପ୍ରଥମ ଭାଗ ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ପ୍ରତିବଦ୍ଧତା ଏବଂ ଦ୍ୱିତୀୟ ଭାଗରେ ମାତୃଭୂମିର ସ୍ୱାଧୀନତା ଏବଂ ଏହାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେବାର ଉତ୍ସାହ । ମାତ୍ର ୨୫ ବର୍ଷ ବୟସରେ ଭଗବାନ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ବିପ୍ଳବର ଜ୍ୟୋତି ପ୍ରଜ୍ୱଳନ କରି ଆଦିବାସୀଙ୍କ ଅବସ୍ଥା ପ୍ରତି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରିବା ସହ ନିଜ କାର୍ୟ୍ୟ ମାଧ୍ୟମରେ ଏପରି ଏକ କାହାଣୀ ଲେଖିଛନ୍ତି ଯେ, ୧୫୦ ବର୍ଷ ପରେ ମଧ୍ୟ ଆଜି ସମଗ୍ର ଦେଶ ତାଙ୍କ ଆଗରେ ନତ ମସ୍ତକ ହେଉଛି । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ଇଂରେଜ ମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ସ୍ୱାଧୀନତା ପରେ ଏହି ମହାନ ବୀରମାନଙ୍କୁ ମନେ ରଖା ଯାଇନଥିଲା । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦କୋଟି ଟଙ୍କା ବ୍ୟୟରେ ଦେଶର ୨୦ ଜଣ ଆଦିବାସୀ ମହାନାୟକଙ୍କ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାଦ୍ୱାରା ପିଲାମାନେ ଏହି ମହାନ ବୀର ମାନଙ୍କ ଜୀବନ ସହିତ ପରିଚିତ ହୋଇ ପାରିବେ । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତିନୋଟି ସଂଗ୍ରହାଳୟ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ସଂଗ୍ରହାଳୟ, ଜବଲପୁରରେ ଶଙ୍କର ଶାହ ଏବଂ ରଘୁନାଥ ଶାହ ସଂଗ୍ରହାଳୟ ଏବଂ ଛିନ୍ଦୱାଡାରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଉଦ୍‌ଘାଟନ କରିଛନ୍ତି । ଅବଶିଷ୍ଟ ସମସ୍ତ ସଂଗ୍ରହାଳୟ ୨୦୨୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଶ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଦିବାସୀଙ୍କ ଗୌରବ ପାଇଁ ଅନେକ କାମ କରିଛନ୍ତି । ସ୍ୱାଧୀନତାର ୭୫ବର୍ଷ ପରେ ପ୍ରଥମଥର ପାଇଁ ମୋଦୀ ସରକାର ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ଦେଇଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏକ ଗରିବ ଆଦିବାସୀ ପରିବାରର ଝିଅ ଏବଂ ଆଜି ସେ ଦେଶର ପ୍ରଥମ ନାଗରିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଗତ୧୦ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ସରକାରନ କ୍ସଲବାଦକୁ ପ୍ରାୟ ନିପାତ କରିଛନ୍ତି, ଯାହା ଆଦିବାସୀ ଅଞ୍ଚଳରେ ବିକାଶକୁ ବାଧା ଦେଉଛି ଏବଂ ପିଲାମାନଙ୍କୁ ବିଭ୍ରାନ୍ତ କରୁଛି । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେ ଆଦିବାସୀଙ୍କ ବିକାଶ ପାଇଁ ବିରୋଧୀ ଦଳ ସରକାରଙ୍କ ପାଖରେ ମାତ୍ର୨୮,୦୦୦ କୋଟି ଟଙ୍କାର ବଜେଟ୍ ଥିବା ବେଳେ ମୋଦୀ ସରକାର ୨୦୨୪-୨୫ ବର୍ଷର ବଜେଟରେ ଆଦିବାସୀଙ୍କ ବିକାଶ ପାଇଁ ୧,୩୩,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬,୪୨୮ଟି ଆଦିବାସୀ ଗ୍ରାମରେ ସମସ୍ତ ମୌଳିକ ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦିଆଯାଇଛି । ଡିଷ୍ଟ୍ରିକ୍ଟ ମିନେରାଲ୍ସ ଫାଉଣ୍ଡେସନ ସ୍କିମ୍‌ରେ ଆଦିବାସୀ ଅଂଚଳରେ ୯୭ ହଜାର କୋଟି ଟଙ୍କା ବଣ୍ଟନ, ୭୦୮ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ପିଭିଟିଜି ଉନ୍ନୟନ ମିଶନ ଅଧୀନରେ ୧୫ ହଜାର କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୨୪ ହଜାର କୋଟି ଟଙ୍କା ୬୩ ହଜାର ଗାଁର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.